
ପୁରୀ– ପୁରୀ ବିଚ୍ କୁ ବିଧିବଦ୍ଧ ଭାବେ ବ୍ଲୁ ଫ୍ଲାଗ୍ ବିଚ୍ ଘୋଷଣା କରାଯାଇଛି । ଭିଡ଼ିଓ କନଫରେନ୍ସୀ ଜରିଆରେ ଏନେଇ ଘୋଷଣା କରିଛନ୍ତି କେନ୍ଦ୍ର ପରିବେଶ ମନ୍ତ୍ରୀ । ପୁରୀ ସମୁଦ୍ର ବେଳାଭୂମିର ବ୍ଲୁ ଫ୍ଲାଗ୍ ଜୋନ୍ ରେ ଜାତୀୟ ପତାକା ସହ ଉଡିଛି ବ୍ଲୁ ଫ୍ଲାଗ୍ । ପୁରୀ ଓ ସମୁଦ୍ର ବେଳାଭୂମି ପ୍ରତି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଏହି ବ୍ଲୁ ଫ୍ଲାଗ୍ ବ୍ୟବସ୍ଥା କରାଯାଇଛି ।
ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଓ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହ ସାମିଲ୍ ଥିଲେ ।