
ଗଞ୍ଜାମ– ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ମକରାପଲ୍ଲୀ ଗ୍ରାମରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ନବ ବିବାହିତା ଜଣେ ବୋହୂକୁ ତାଙ୍କ ଶାଶୂ ଘର ଲୋକେ ହାତ ଗୋଡ ବାନ୍ଧି ଗୁହାଳ ଘରେ ପକାଇ ରଖିଥିଲେ । ଗାଁ ଲୋକେ ଏ ସମ୍ପର୍କରେ ଜାଣିବା ପରେ ସ୍ଥାନୀୟ ପୋଲିସକୁ ଖବର ଦେଇଥିଲେ । ଭଞ୍ଜନଗର ପୋଲିସ ଘଟଣାସ୍ଥଳରେ ପହଂଚି ବୋହୂକୁ ଉଦ୍ଧାର କରିବା ସହ ଏନେଇ ତଦନ୍ତ ଚଳାଇଛି । ପୋଲିସ ପକ୍ଷରୁ ଏ ବାବଦରେ ଶାଶୂଘର ଲୋକଙ୍କୁ ପଚରା ଉଚୁରା ଜାରୀ ରହିଛି ।