
ରବିବାର ଆଜି ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମରେ ପୋଲିସ ଉଚ୍ଚ ବିଦ୍ୟାଳୟ ରେ ପୂରାତନ ଛାତ୍ର,ଛାତ୍ରୀ ମାନଙ୍କୁ ନେଇ ସ୍କୁଲ ପରିସର ସଫେଇ କାର୍ଯ୍ୟ ଆରମ୍ଭ ହୋଇଥିଲା |ଏହି କାର୍ଯ୍ୟକ୍ରମ ନିରବଚ୍ଛିନ୍ନ ଭାବେ ପ୍ରାୟତ ଛୁଟି ଦିନ ମାନଙ୍କରେ ଆୟୋଜନ କରାଯିବ ବୋଲି ନିର୍ଣ୍ଣୟ କରାଯାଇଛି।ସ୍କୁଲ ର ଉର୍ନ୍ନତି କରଣ କାର୍ଯ୍ୟ ପାଇଁ ଆଜି ପୁରାତନ ଛାତ୍ର, ଛାତ୍ରୀ ଓ ଶିକ୍ଷକ, ଶିକ୍ଷୟତ୍ରୀ ମାନେ ସପଥ କରିଛନ୍ତି।ଏହି କାର୍ଯ୍ୟକ୍ରମକୁ ଶିକ୍ଷକ ପ୍ରଭାତ କୁମାର ଦାଶ, ଦେବବ୍ରତ ବେଦମତ୍ତା,ପୂର୍ଣ୍ଣ ଚନ୍ଦ୍ର ଜେନା ଶିକ୍ଷୟତ୍ରୀ ନିର୍ମଳା ଫତେସିଂ,ସୁଚିତ୍ରା ମିଶ୍ର,ସୁଲୋଚନା ତ୍ରିପାଠୀ ଙ୍କ ସହ ପୁରାତନ ଛାତ୍ର, ଛାତ୍ରୀ ତଥା ମୋ ସ୍କୁଲ ଅଭିଯାନ ପରିଚାଳନା କମିଟି ର ସଭାପତି- ସୁକେଶ ପ୍ରଧାନ, ଆବାହକ- ଲୋକନାଥ ସାହୁ, ଗୋପାଳ ଚନ୍ଦ୍ର ସ୍ୱାଇଁ, ଚକ୍ରଧର ମାଣିକ, ନଳିନୀ ପ୍ରଭା ମଲ୍ଲିକ, ନମିତା ମହାନ୍ତି, ନାରାୟଣ ମହାନ୍ତି, ରାକେଶ ପାତ୍ର, ବିଶ୍ଵଜିତ ପାଇକରାୟ, ପ୍ରକାଶ ଗୋଛି, ଜଗନ୍ନାଥ ଷଡ଼ଙ୍ଗୀ ପୁରୀ ଜିଲ୍ଲା ଯୁବ ଅଧିବକ୍ତା ସଙ୍ଘର ଆବାହକ ଅନୀଲ କୁମାର ସାହୁ, ଯୁବ ସମଜସେବୀ ଲଷ୍ମୀଧର ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସୁଚାରୁ ରୁପେ ତୁଲାଇଥିଲେ | ଆଗାମୀ ଦିନରେ ବିଦ୍ୟାଳୟ ର କିପରି ଉର୍ନ୍ନତି ସହ ପରିବେଶ ସ୍ୱଚ୍ଛତା ରହିବ ସେ ବିଷୟରେ ଆଲୋଚନା କରାଯାଇ ଆଜିର କାର୍ଯ୍ୟକୁ ସମସ୍ତଙ୍କ ମିଳିତ ଆନୁକୂଲ୍ୟରେ ସଫଳ କରାଯାଇଥିଲା।