
ଆଜି ପବିତ୍ର ଗୀତା ଜୟନ୍ତୀ ଅବସରରେ ବେଲଗୁଣ୍ଠା ବ୍ଳକ୍ ବଡ଼ ଦୋଡ଼ଙ୍ଗା ଗ୍ରାମର ରେସ୍ପଣ୍ଡ୍ ଟ୍ରଷ୍ଟ୍ ତରଫରୁ ଜୀବନ ବ୍ୟାପୀ କୃତିତ୍ୱ ସମ୍ମାନ-2020 ଉତ୍ସବ ଅନୁଷ୍ଠିତ ହୋଇଯାଇଛି I ଟ୍ରଷ୍ଟ୍ ଅଧ୍ୟକ୍ଷ ସ୍ଵସ୍ତି ସୁନ୍ଦର ସିୟଙ୍କ ପୈତୃକ ବାସ ଭବନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଦୈନିକ ଖବର କାଗଜର ପ୍ରକାଶକ ତଥା ଗୋପବନ୍ଧୁ ଆର୍ୟୁବିଜ୍ଞାନ ଓ ଗବେଷଣା କେନ୍ଦ୍ରର ଅଧ୍ୟକ୍ଷ ଶ୍ରୀ ନିରଞ୍ଜନ ରଥ ଯୋଗ ଦେଇ ଯୁବ ପିଢ଼ିଙ୍କୁ ଉଦବୋଧନ ଦେବା ସହିତ ନିର୍ମଳ ମନ ଥିବା ଲୋକ ହିଁ ପ୍ରତ୍ଯେକ କାର୍ଯ୍ୟରେ ସଫଳତା ହାସଲ କରିପାରିବେ ବୋଲି ବକ୍ତବ୍ୟ ରଖିଥିଲେ I ସମ୍ମାନୀତ ଅତିଥି ରୂପେ ବିଶିଷ୍ଟ ଶିଶୁ ସାହିତ୍ୟିକ ତଥା ସମ୍ବାଦ ସାହିତ୍ୟ ଘର ସଭାପତି ଅଭିମନ୍ୟୁ ଦଳାଇ,ଟ୍ରଷ୍ଟ୍ ଉପଦେଷ୍ଟା କବିରାଜ ପରିଡ଼ା ଏବଂ ନିଜେ ଟ୍ରଷ୍ଟ ଅଧ୍ୟକ୍ଷ ଶ୍ରୀ ସିୟ ମଞ୍ଚାସୀନ ଥିବା ବେଳେ ଅନ୍ୟାନ୍ୟ ଅତିଥି ଭାବେ ସମ୍ବାଦ ସାହିତ୍ୟ ଘର ସମ୍ପାଦକ ଡ.ରତ୍ନ ସାଗର ମଳିକ, ଶିକ୍ଷକ ଶିଶିର କୁମାର ସ୍ୱାଇଁ, ମୁନେନ୍ଦ୍ର ପରିଡ଼ା ପ୍ରମୁଖ ଊପସ୍ଥିତ ଥିଲେ I