
ଗାଲେରୀ ବନାଞ୍ଚଳ ରେ ଆଜି ଅପରାହ୍ନରେ ପ୍ରାୟ ୧୮ ରୁ ୨୦ଟି ହାତୀ ଉପଦ୍ରବ ଚଳାଇଥିଲେ।ହରିଗଡ଼ ପଞ୍ଚାୟତ ନୂଆପଲ୍ଲୀ ନିକଟରେ ହାତୀପଲ ଏହି ଗ୍ରାମର ସୁକୁରିଆ ନାୟକ(୬୦)କୁ ଆକ୍ରମଣ କରିବା ସହ ଦୀର୍ଘ ସମୟ ପର୍ଯ୍ୟନ୍ତ ତାକୁ ଘେରି ରହିଥିଲେ।ବନ ବିଭାଗ ଓ ଗ୍ରାମବାସୀ ମିଶି ହାତୀ ଘଉଡାଇବାକୁ ଉଦ୍ୟମ କରିଥିଲେ।ଘଟଣା ସ୍ଥଳରେ ସୁକୁରିଆ ର ମୃତ୍ୟୁ ଘଟିଥିବା ବେଳେ ଗାଲେରୀ ଜଡି ସାହିର ଶିବରାମ ଗୌଡ଼ଙ୍କ ସାନପୁଅ ଗଣେଶ ଗୌଡ଼ (୧୨) ଗୁରୁତର ଭାବେ ଆହତ ହୋଇ ପ୍ରଥମେ ଭଞ୍ଜନଗର ମେଡିକାଲ ଓ ବ୍ରହ୍ମପୁର ମେଡ଼ିକାଲ କୁ ସ୍ଥାନାନ୍ତର କରାଯାଇଛି।