ମାଲକାନଗିରି – ମାଲକାନଗିରି ଜିଲ୍ଲାରେ ଦୁଇ ଦିନ ହେଲା ଲଗାଣ ବର୍ଷା ଲାଗି ରହିଛି । ଗତକାଲି ରାତିରେ ପ୍ରବଳ ବର୍ଷା ଯୋଗୁ ଖଇରପୁଟ ସଦର ମହକୁମା ସାହୁ ସାହିରେ ଏକ କଚ୍ଚା ଘରର କାନ୍ଥ ଭୁଷୁଡ଼ି ପଡିଛି। ଖବର ନେବାରୁ ଜଣାପଡ଼ିଛି ଯେ, ଘରଟି ପି.ଚନ୍ଦ୍ରଶେଖର ଆଚାରି ଙ୍କର । ଶ୍ରୀ ଆଚାରି ତାଙ୍କର ବଡ ପୁଅ ଵିଵାହ ଉତ୍ସବ ପାଇଁ ତାଙ୍କର ପୈତୃକ ଘର ଗଞ୍ଜାମ ଜିଲ୍ଲାର କନିସି ଯାଇଛନ୍ତି । ଘରଟିର କାନ୍ଥ ଭୁଶୁଡିବା ସମୟରେ ଘରେ କେହି ନଥିବାରୁ କାହାରି କିଛି କ୍ଷତି ହୋଇନ ଥିବା ଜଣାପଡ଼ିଛି ।
Related Stories
November 23, 2024