
ନୂଆଦିଲ୍ଲୀ, ଆଜିଠୁ ଖୋଲୁଛି ଲିଙ୍ଗରାଜ ମନ୍ଦିର କରୋନା ଲକ୍ ଡାଉନ୍ ପରେ ଆଜି ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ ମିଳିବାକୁ ଯାଉଛି । କୋଭିଡ଼୍ କଟକଣା ଭିତରେ ଆଜି ଠାରୁ ପ୍ରଭୁଙ୍କ ଦର୍ଶନ ହେଉଛି । କିନ୍ତୁ ଆଜିଠୁ ଜାନୁଆରୀ ୩୧ ତାରିଖ ଯାଏଁ ଲିଙ୍ଗରାଜ ମନ୍ଦିର ସେବାୟତ ଓ ପରିବାରକୁ ଦର୍ଶନ ଅନୁମତି ଦିଆଯାଇଛି । ଏହାପରେ ନୂଆବର୍ଷରେ ୨ ଦିନ ବନ୍ଦ ରହିବ ଦର୍ଶନ । ଜାନୁଆରୀ ୧ ଓ ୨ ତାରିଖରେ ଲିଙ୍ଗରାଜ ମନ୍ଦିରରେ ଦର୍ଶନ ବନ୍ଦ ରହିବ ବୋଲି ନିଷ୍ପତି ନେଇଛି ଭୁବନେଶ୍ୱର ମହାନଗର ନିଗମ ।
ଆସନ୍ତା ୩ ତାରିଖରୁ ଭୁବନେଶ୍ୱରବାସୀ ଦର୍ଶନ କରିପାରିବେ । ଏଥିପାଇଁ ୫ ଦିନ ପୂର୍ବରୁ କୋଭିଡ ନେଗେଟିଭ ରିପୋର୍ଟ ଆଣିବେ । ଏଥିପାଇଁ ମନ୍ଦିର ବାହାରେ ଥର୍ମାଲ ସ୍କ୍ରିନିଂ ଓ ଆଟିଜେନ ଟେଷ୍ଟ ସେଂଟର ଖୋଲାଯିବ ।