-
୨ରୁ ପ୍ରତୀକାତ୍ମ ଧାରଣା
ଆସୋସିଏସନର ସାଧାରଣ ସମ୍ପାଦିକା ଶ୍ରୀମତୀ ପ୍ରଭାତୀ ମହାନ୍ତି ଶନିବାର ଦିନ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ନର୍ସମାନେ କରୋନାଠୁ ଆରମ୍ଭ କରି ବନ୍ୟା, ବାତ୍ୟା ଆଦି ସମୟରେ ଜୀବନକୁ ବାଜି ଲଗାଇ ଲୋକଙ୍କ ସେବା ସୁଶ୍ରୁଷା କରିଥାନ୍ତି । ହେଲେ ସେମାନଙ୍କ ସମସ୍ୟା ସରକାର ବୁଝନ୍ତି ନାହିଁ । ମୂଳ ଦରମାର ସଂଶୋଧନ ଠାରୁ ଆରମ୍ଭ କରି ଠିକା ନିଯୁକ୍ତିକୁ ମିଶାଇ ୧୦ ବର୍ଷର ‘ଏମ୍ଏସିପି’ ପ୍ରଦାନ, ନର୍ସିଂ ସ୍କିମ୍ରେ ଚାକିରୀ କରୁଥିବା ‘ଆରବିଏସ୍କେ’ ଷ୍ଟାଫ ନର୍ସମାନଙ୍କୁ ସ୍ଥାୟୀ ନିଯୁକ୍ତି ସହ ଅନ୍ୟାନ୍ୟ ସୁବିଧା ପ୍ରଦାନ ସହିତ ଓପିଏସ୍ସି ପରୀକ୍ଷାରେ ଉତୀର୍ଣ୍ଣ ହୋଇ ଠିକାଦାର ଭାବେ ନିଯୁକ୍ତି ପାଉଥିବା ନର୍ସସାମନଙ୍କୁ ଏଣିକି ସ୍ଥାୟୀ ନିଯୁକ୍ତି ପ୍ରଦାନ କରିବା ଆଦି ଦାବି ନେଇ ଏହି ପ୍ରତିବାଦ ହେବ ।
ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଆସୋସିଏସନର ସଭାପତି ପ୍ରତିଭା ସାମନ୍ତରାୟ, କାର୍ଯ୍ୟନିର୍ବାହୀ ସଦସ୍ୟା ଲକ୍ଷ୍ମୀପ୍ରିୟା ଜେନା, ମାଳତି ତ୍ରିପାଠୀ, ପ୍ରେମଲତା ମିଶ୍ର, ଅଶ୍ୱିନୀ ଦାସ, ଶିବାନୀ ଦାସ, ବିଭୁ ପଟ୍ଟନାୟକ, ଏସସିବି, ଏମ୍କେସିଜି ବ୍ରହ୍ମପୁର, ବୁର୍ଲା, ଶିଶୁଭବନ ପ୍ରମୁଖ ଉପସ୍ଥିତ ଥିଲେ ।