କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ
ବ୍ୟଞ୍ଜନ ଦ୍ୱାଦଶୀକୁ ନେଇ ଅନେକ ଲୋକକଥା ରହିଛି।କୁହାଯାଏ କୃଷ୍ଣ ଅକ୍ରୁର ରଥରେ ମଥୁରା ଯିବାଦିନ,ଶହଶହ ଗୋପୀ, ଯେଝା ଘରୁ ବ୍ୟଞ୍ଜନ ଆଣି ଖୁଆଇଦେଇଥିଲେ କାହ୍ନାକୁ। ତୁଳସୀ ଆଖ୍ୟାନ ଓ ଏକାଦଶୀ କଥା ପରି ପୁରୀ ର ଆଶ୍ରମ ର ମୁଖ୍ୟ ମହନ୍ତ ସୁବଳ ଚରଣ ଦାସଜୀ ମହାରାଜ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଓ ଆଶ୍ରମ ର ସଚିବ ଶାରଦା ପ୍ରସନ୍ନ ପ୍ରଧାନ ଙ୍କ ସହଯୋଗ ରେ ପୂର୍ବଦିନ ରାତିରୁ ଶ୍ରାଦ୍ଧଳୁ ମାନେ ଏହା ପ୍ରସ୍ତୁତ କରିଥିଲେ |ସ୍ଥାନୀୟ ମଠର ମଠଧୀଶ, ସାଧୁ, ସନ୍ଥ ମାନେ ଉପସ୍ଥିତ ରହି ବ୍ୟଞ୍ଜନ ଭୋଜନ କରିଥିଲେ | ଶ୍ରୀ ଗୌରବିହାର ଟ୍ରଷ୍ଟ ତରଫରୁ ଏହି ବ୍ୟଞ୍ଜନ ଦ୍ୱାଦଶୀ ମହୋତ୍ସବ ପ୍ରତି ବର୍ଷ ଭଳି ଏବର୍ଷ ଆୟୋଜନ କରାଯାଇଥିଲା ।
୨୦୧୫ ରେ ଏହିସଂଖ୍ୟା ୫୦୦ଡେଇଁ ଥିବା ବେଳେ,
୨୦୧୬ ରେ ୫୫୫, ୨୦୧୭ ରେ ୬୧୧, ୨୦୧୮ ରେ ୬୩୫ ଓ ୨୦୧୯ ରେ ୬୭୫ ବ୍ୟଞ୍ଜନ କୁ ବୃଦ୍ଧି ପାଇଥିଲା ।
ଏବର୍ଷ କୋଭିଡ୍ କଟକଣା ହେତୁ ୧୫୧ ବ୍ୟଞ୍ଜନ ସମର୍ପିତ ହୋଇଛି ।ଏଥିରେ ସଜନାଶାଗ ଠାରୁ ପଣସକଠା ବି କରାଯାଇଥିଲା ।ଭକ୍ତଟିଏ ତା’ଠାକୁର କୁ ମଣିଷ ଭାବି ଦେଇ ବସେ।ଏହାହିଁ ତ ଭାବ,ଭକ୍ତି ଓ ସମର୍ପଣ।