କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ
ଓଡ଼ିଶା ମୋ ପରିବାର ତରଫରୁ ଆଜି ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟଠାରେ ଜୀବନବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅନୁଷ୍ଠିତ ରକ୍ତଦାନ ଶିବିରରୁ ୧୦୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି। ଓଡ଼ିଶା ମୋ ପରିବାରର ଜିଲ୍ଲା ସଂଯୋଜକ ତଥା ରାଜ୍ୟ ଯୁବ ବିଜେଡି ଉପସଭାପତି ଶୁଭାଶିଷ ଖୁଣ୍ଟିଆଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି ରକ୍ତଦାନ ଶିବିରରେ ବହୁ ସଂଖ୍ୟାରେ ଦଳୀୟ ନେତା ଓ କର୍ମୀମାନେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମକୁ ବିଜେଡି ରାଜ୍ୟ ସଂପାଦକ କୃଷ୍ଣଚନ୍ଦ୍ର ପଣ୍ଡା ଓ ଜିଲ୍ଲା ସଭାପତି ମହେଶ୍ବର ମହାନ୍ତି ଉଦ୍ଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ପୂର୍ବତନ ନଗରପାଳ ସୁରେନ୍ଦ୍ର ଦାସ, ଗୌରହରି ପ୍ରଧାନ, ବେଣୁଧର ସେଠୀ, ପୂର୍ବତନ କାଉନ୍ସିଲର ଭକ୍ତଚରଣ ଦାସ, ପୂର୍ବତନ କାଉନ୍ସିଲର ପ୍ରିତମ୍ ଜଗଦେବ, ଘନଶ୍ୟାମ ମର୍ଦ୍ଦରାଜ, ଓଡ଼ିଶା ମୋ ପରିବାର ସହସଂଯୋଜକ ଭଗବାନ ପଢ଼ିଆରୀ, ନାରାୟଣ ଖୁଣ୍ଟିଆ, ରବି ପଣ୍ଡା, ମାଧବ ପଣ୍ଡା, ସନ୍ତୋଷ ବେହେରା, ପୂର୍ଣ୍ଣଚନ୍ଦ୍ର ଦାସ, ସାଇନା ଖୁଣ୍ଟିଆ, ପ୍ରସନ୍ନ ମହାପାତ୍ର, ଶଙ୍ଖମିତ୍ର ସିଂଘାରୀ, ରଂଜିତା ମହାନ୍ତି, ବିଜେଡି ଜିଲ୍ଲା ସଭାନେତ୍ରୀ ଶାନ୍ତିଲତା ପ୍ରଧାନ, ନଗର ସଭାନେତ୍ରୀ ବିନୋଦିନୀ ଦାସ ପ୍ରମୁଖ ଉପସ୍ଥିତ ଥିଲେ।