ଆସନ୍ତା ବର୍ଷ ୨୦୨୧ ମସିହା ଜାନୁୟାରୀ ୭ ଠାରୁ ୧୫ ଜାନୁୟାରୀ ପର୍ଯ୍ୟନ୍ତ ବ୍ରହ୍ମଗିରି ରୋଡ ଗୋରୁଆଳ ପଞ୍ଚାୟତ ଆଳିପଡ଼ା ଠାରେ ଶ୍ରୀରାମ ସୁନ୍ଦରକାଣ୍ଡ ଚାରିଟେବଲ ଟ୍ରଷ୍ଟ ଦ୍ୱାରା ପରିଚାଳିତ ଗୋବିନ୍ଦ ଗୋଧାମ ଗୋଶାଳା ପରିସରରେ ରାଷ୍ଟ୍ରୀୟ ରାମାୟଣ ମହୋତ୍ସବ ଅନୁଷ୍ଠିତ ହେବ |
ପଣ୍ଡିତ ବିଷ୍ଣୁ ଚରଣ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଗୋଶାଳା ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା |ଏହି ବୈଠକରେ ସର୍ବ ସଂମ୍ମତି କ୍ରମେ ଭାରତୀୟ ଜନତା ପାର୍ଟି ର ନ୍ୟାସିନାଲ କାଉନସିଲ ମେମ୍ବର ତଥା ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ମଧୁସୂଦନ ସିଂହାରୀ ଙ୍କୁ ଅଭ୍ୟର୍ଥନା କମିଟି ଅଧ୍ୟକ୍ଷ ଭାବେ ମନୋନୀତ କରାଯାଇଛି | ଟ୍ରଷ୍ଟର ମୁଖପାତ୍ର ସାମ୍ବାଦିକ ବିଷ୍ଣୁଦତ୍ତ ଦାସ ଗଣମାଧ୍ୟମକୁ ଜଣାଇଛନ୍ତି | ଗୋଶାଳା ପରିସରରେ ଭାରତୀୟ ଜନତା ପାର୍ଟି ର ନ୍ୟାସିନାଲ କାଉନସିଲ ମେମ୍ବର ତଥା ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ମଧୁସୂଦନ ସିଂହାରୀ ଙ୍କୁ ଭବ୍ୟ ସ୍ୱାଗତ କରାଯିବା ସହିତ ମଧୁସୂଦନ ସିଂହାରୀ ଗୋମାତା ଙ୍କୁ ଚାରା ଖୁଆଇ ସେବା କାର୍ଯ୍ୟ ଶୁଭାରମ୍ଭ କରିଥିଲେ |ଏଥି ସହିତ ଆୟୋଜିତ ହେବାକୁ ଥିବା ରାଷ୍ଟ୍ରୀୟ ରାମାୟଣ ମହୋତ୍ସବ ସ୍ଥଳ ପରିଦର୍ଶନ କରି ଉତ୍ସବ କିଭଳି ସୂଚାର ରୂପେ ହୋଇପାରିବ ଭାରତବର୍ଷର କୋଣ ଅନୁକୋଣ ରୁ ଆସୁଥିବା ଜଗତଗୁରୁ,ମହାମଣ୍ଡଳେଶ୍ୱର, ମଠାଧୀଶ, ସନ୍ୟାସୀ, ସାଧୁ, ସନ୍ଥ ସମସ୍ତଙ୍କର ଭବ୍ୟ ସ୍ୱାଗତ କରୋନା ନିୟମ କୁ ମାନି କିଭଳି କରାଯାଇ ପାରିବ ସେ ସମ୍ପର୍କରେ ଆଲୋଚନା କରିଥିଲେ |ଏହି ସମୟରେ ଟ୍ରଷ୍ଟର ମ୍ୟାନେଜର ଦିଲ୍ଲୀପ କୁମାର ମହାନ୍ତି ଉପସ୍ଥିତ ଥିଲେ |
Related Stories
November 22, 2024