ସ୍ଥାନୀୟ ନୀଳିଆବାଗ ଠାରେ ଟାଉନ ସଂଖ୍ୟାଲଘୁ ସେଲ୍ ପକ୍ଷରୁ ବିଜୁ ଜନତା ଦଳର ୨୪ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଛି। ଏଥିରେ ଟାଉନ ସଂଖ୍ୟାଲଘୁ ସେଲ୍ ସଭାପତି ସଲିମ ରାଜା ସଭାପତିତ୍ବ କରିଥିଲେ। ଏହି କାର୍ଯ୍ୟକ୍ରମରେ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସଂଖ୍ୟାଲଘୁ ସେଲ୍ ଉପ ସଭାପତି ଅବଦୁଲ୍ ଗନି ହୁସେନ୍, ରାଜ୍ୟ ସଂପାଦକ ଅବଦୁଲ୍ ସମ୍ମତ ଖାନ, ଆଇନଜୀବୀ ସେଖ୍ ଅତିଉଲ୍ଲା, ସୋନାଲି ସାହା, ସେଖ୍ ସଲିମ, ରଜବ ଅଲ୍ଲୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ।
ଏହି କାର୍ଯ୍ୟକ୍ରମ ଫୟାଜ ଅହେମଦଙ୍କ ତତ୍ବାବଧାନରେ ଅନୁଷ୍ଠିତ ହୋଇଥିଲା। ସେଖ ରିୟାଜୁଦ୍ଦିନ୍, ସେଖ୍ ମିନାଜ ଉଦ୍ଦିନ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ। ଶେଷରେ ସଂଗଠିତ ଭାବେ କାର୍ଯ୍ୟ କରିବାକୁ ଶ୍ରୀ ଗନି ପରାମର୍ଶ ଦେଇଥିଲେ।