ବ୍ରହ୍ମପୁର: ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଜୁରା ଗ୍ରାମ ସ୍ଥିତ ପ୍ରାଥମିକ ବିଦ୍ୟାଳୟ ପରିସରରେ ସାନଖେମୁଣ୍ଡି ତହସିଲଦାର ଅମିତ୍ କୁମାର ନାୟକଙ୍କ ତତ୍ୱାବାଧାନରେ ସାନଖେମୁଣ୍ଡି ତହସିଲ ତରଫରୁ ମୋ ଗାଁରେ ତହସିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସମସ୍ତ ରାଜସ୍ବ ସର୍କଲ ଇନ୍ସପେକ୍ଟର, ସୁପର ଭାଇଜର୍, ସମସ୍ତ ବିଭାଗର କିରାଣୀ ଓ ସହଯୋଗୀଙ୍କ ମିଳିତ ଉଦ୍ୟମରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମରେ ସମସ୍ତ ସରପଞ୍ଚଙ୍କ ସହ ବୁଦ୍ଧିଜୀବୀ , ପୂର୍ବତନ ବ୍ଲକ ଅଧ୍ୟକ୍ଷ ଲକ୍ଷ୍ମୀ ଚରଣ ପାତ୍ର ସରକାରଙ୍କ ୫ ଟିକୁ ପ୍ରଶଂସା କରିଥିଲେ l ଏହି କାର୍ଯ୍ୟକ୍ରମରେ
ସମୁଦାୟ ୨୧୩ଟି ପଞ୍ଜିକରଣ,
୩୦ଟି ପଟ୍ଟା ବଣ୍ଟନ, ୦୯ ଟି ଦରଖାସ୍ତ (OLR8)a ଗ୍ରହଣ, GKP
ଦରଖାସ୍ତ ଗ୍ରହଣ ୩୧ଟି, ବସୁନ୍ଧରା
ଦରଖାସ୍ତ ଗ୍ରହଣ 0, ନାମନ୍ତରୀ କାରଣ ଦରଖାସ୍ତ ଗ୍ରହଣ ୫୮, କଲେକ୍ସନ ୬,୮୪୦ ଓ ୦୮ଟି ଅଭିଯୋଗ ଗ୍ରହଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ରାମଚନ୍ଦ୍ରପୁର , ଯୁରା ଓ ଗଙ୍ଗାପୁର ପଞ୍ଚାୟତ କୁ ନେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅନୁଷ୍ଟିତ ଏହି କାର୍ଯ୍ୟକ୍ରମରେ ବିଭାଗ ପକ୍ଷରୁ ସେକ୍ସନ୍ ଅଧିକାରୀ ଅଶୋକ କୁମାର ପାତ୍ରଙ୍କ ସହିତ ମୁଖ୍ୟ କିରାଣୀ ଲକ୍ଷ୍ମୀନାରାୟଣ ପାତ୍ର, ରାଜସ୍ୱ ନିରୀକ୍ଷକ କାଞ୍ଚନ ସାହୁ, ପ୍ରଦୀପ କୁମାର ଭୂୟାଁ, ଦୀପକ କୁମାର ଗମାଙ୍ଗ, ପୁଷ୍ପାଞ୍ଜଳି ମଲିକ, ବର୍ଷାଏଲ୍ ଗମାଙ୍ଗ ପ୍ରମୁଖ ଅଂଶଗ୍ରହଣ କରିଥିବା ବେଳେ ସମିତି ସଭ୍ୟ ରଘୁନାଥ ସାହୁ, ଆଲୋକ ପ୍ରଧାନ, ରାମଚନ୍ଦ୍ର ପ୍ରଧାନ, ବାଲ୍ମିକୀ ପ୍ରଧାନ, ସୀମାଞ୍ଚଳ ଗୌଡ, ଲୋକନାଥ ପାଣିଗ୍ରାହୀ ପ୍ରମୂଖ ପରିଚାଳନା କମିଟି ସହାୟତା କରିଥିଲେ। ଆଗାମୀ ଦିନରେ ଅନ୍ୟ ପଞ୍ଚୟତ ଗୁଡିକରେ ପର୍ଯ୍ୟାୟ କ୍ରମେ ଅନୁଷ୍ଠିତ ହେବ ବୋଲି ତହସିଲଦାର ଶ୍ରୀ ନାୟକ ସୂଚନା ଦେଇଛନ୍ତି ।
ରିପୋର୍ଟ : ପ୍ରଫୁଲ୍ଲ ସାବତ।