କେନ୍ଦ୍ର ମାଧ୍ୟମିକ ଶିକ୍ଷା ବୋର୍ଡ ( ସିବିଏସଇ)ର ଫାର୍ ଇଷ୍ଟ ଜୋନ୍ ପାଇଁ ଆୟୋଜିତ ଏହି ପ୍ରତିଯୋଗୀତାରେ ଓଡ଼ିଶା ସମେତ ପଶ୍ଟିମବଙ୍ଗ, ଛତିଶଗଡ,ଆସାମ, ମିଜୋରାମ ଭଳି 11ଟି ରାଜ୍ୟର ବିଭିନ୍ନ ବିଦ୍ୟାଳୟର ସ୍କେଟର ମାନେ ଏଥିରେ ଅଂଶ ଗ୍ରହଣ କରିବେ । ଏଥିରେ ବ୍ରହ୍ମପୁରର ବିଭିନ୍ନ ବିଦ୍ୟାଳୟର ମୋଟ 6 ଜଣ ବାଳକ ଓ ବାଳିକା ଅଂଶଗ୍ରହଣ କରିବେ । ଏଥି ମଧ୍ୟରୁ 5ଜଣ ବାଳକ ଓ ଜଣେ ବାଳିକା ଏହି ପ୍ରତିଯୋଗୀତାରେ ଭାଗ ନେବା ପାଇଁ ଚୟନ ହୋଇଥିଲେ । ବାଳିକା ବିଭାଗରେ ଅନ୍ୱେଷା ବିଷୋୟୀ ଓ ବାଳକ ବିଭାଗରେ ଅନୁଭବ ପଣ୍ଡା ,ପୁନିତ ଗୌଡ଼, ଆଶୁତୋଷ ପାଢୀ,ଆୟୁଷ ପଣ୍ଡା, ଦେବାଙ୍ଗ ରାଉତ ଏହି ଦଳରେ ସାମିଲ ହୋଇଛନ୍ତି ।
ସହରର କମାପଲ୍ଲୀଠାରେ ଥିବା ସିଲକି ରୋଲର ସ୍କେଟିଂ ଏକାଡେମୀ(Silky Roller Skating Academy)ରେଏହି ଖେଳାଳୀ ମାନେ ନିଜର ଅଭ୍ୟାସ ଜାରି ରଖିଥିଲେ । ପ୍ରତିବର୍ଷ ସିବିଏସଇ ପକ୍ଷରୁ ଆୟୋଜିତ ଏହି ପ୍ରତିଯୋଗୀତାରେ ଖେଳାଳୀ ମାନେ ଅଂଶ ଗ୍ରହଣ କରିବା ଲାଗି ସୁଯୋଗ ପାଇଥିବା ବେଳେ ଉତ୍ତମ ପ୍ରଦର୍ଶନ ଓ ସଫଳତା ପାଇବେ ବୋଲି ଉଭୟ ଖେଳାଳୀ ଓ ଏକାଡେମୀ ପକ୍ଷରୁ କୁହାଯାଇଛି । ଆଜି ସଂଧ୍ୟାରେ ଟ୍ରେନ ଯୋଗେ ଏହି ଖେଳାଳୀ ମାନେ ପ୍ରତିଯୋଗୀତାରେ ଭାଗ ନେବା ପାଇଁ ଯାତ୍ରା ଆରମ୍ଭ କରିଥିବା ବେଳେ ବ୍ରହ୍ମପୁର ରେଳ ଷ୍ଟେସନରେ ଏକାଡେମୀ, ସିନିଅର ସ୍କେଟର ଓ ଅଭିଭାବକ ମାନଙ୍କ ପକ୍ଷରୁ ଉତ୍ତମ ପ୍ରଦର୍ଶନ ପାଇଁ ଶୁଭେଚ୍ଛା ଜଣାଇଥିଲେ । ଏହି ଜୋନ ଲେବେଲ ପ୍ରତିଯୋଗୀତାରେ କୃତି ସ୍କେଟର ମାନଙ୍କୁ ଆସନ୍ତା ମାସରେ କର୍ଣ୍ଣାଟକର ବେଲଗାଁଓ ଠାରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ସ୍ତରୀୟ ସ୍କେଟିଂ ପ୍ରତିଯୋଗୀତାରେ ଭାଗ ନେବା ପାଇଁ ସୁଯୋଗ ମିଳିବ ।