ଜିଲ୍ଲା କଂଗ୍ରେସ ସଭାପତି ଜର୍ଜ ତିର୍କୀ ଏନେଇ ନିଜର ପ୍ରତିକ୍ରିୟା ରଖି କହିଛନ୍ତି ଯେ, ସରକାରଙ୍କର ଏହା ଶସ୍ତା ପ୍ରଚାର ସଦୃଶ କଥା । ଗୋଟିଏ ଅନୁଷ୍ଠାନ ତିଆରି ହେବା ଲାଗି ସରକାର ମାଷ୍ଟର ପ୍ଲାନ୍ ଅନୁଯାୟୀ ଯାଗା ଦେବା ପରେ ଏହା ସମ୍ପୂର୍ଣ୍ଣ ନହେଉଣୁ ସେହି ଯାଗାରେ ଆଉ ଏକ ପ୍ରକଳ୍ପ କରି ବିପିୟୁଟିକୁ ସଙ୍କୁଚିତ କରିବା ଭଳି କାର୍ଯ୍ୟ ସରକାର କରିବାକୁ ଯାଉଛନ୍ତି । ସେହିଭଳି ଆଏରଏସପି ରାଜ୍ୟ ସରକାରଙ୍କୁ ପ୍ରାୟ ୫ ହଜାର ଏକର ଜମୀ ଫେରସ୍ତ କରିଛି, ସେହି ସବୁ ଯାଗାକୁ ଚିହ୍ନଟ କରାଯାଇ ସେଠାରେ ଏହି ପ୍ରସ୍ତାବିତ ହକି ପଡିଆ କରାଜିବା ଉଚିତ ବୋଲି ଶ୍ରୀ ତିର୍କୀ ମତ ଦେଇଛନ୍ତି ।
ବିଜେପି ରାଜ୍ୟ ମୁଖପାତ୍ର ଧୀରେନ ସେନାପତି କହିଛନ୍ତି, ଏଭଳି ନିଷ୍ପତି ପଛରେ ବିପିୟୁଟିକୁ ରାଉରକେଲାରୁ ଉଠାଇନେବା ଲାଗି ସରକାରଙ୍କର ଏହା ଏକ ଚକ୍ରାନ୍ତ । ଅତିତରେ ଏହିଭଳି ବାରମ୍ବାର ସରକାରଙ୍କ ଯୋଜନା ବିରୋଧରେ ରାଉରକେଲାରେ ଛାତ୍ର ଆନ୍ଦୋଳନ ହୋଇଛି । ତା ପରେ ଯଦିଓ ଏଠାରେ ବିପିୟୁଟି କାମ କରୁଛି ତାହା ସ୍ୱୟଂ ସମ୍ପୂର୍ଣ୍ଣ ହୋଇପାରିନାହିଁ । ଆହୁରି ଅନେକ ନିର୍ମାଣ କାମ ମଧ୍ୟ ବାକିରହିଛି । ତା ଭିତରେ ଯଦି ହକି ପ୍ରକଳ୍ପ ପଶିଯାଏ ତେବେ ବିପିୟୁଟି ସଙ୍କୁଚିତ ହୋଇଜିବ ବୋଲି ସେ ପ୍ରକାଶ କରିଛନ୍ତି । ଏହା ଛଡା ପାନପୋଷ ଠାରେ ଥିବା ଷ୍ପୋର୍ଟସ ହଷ୍ଟେଲ ପାଖରେ ଥିବା ଯାଗାକୁ ମଧ୍ୟ ବ୍ୟବହାର କରାଯାଇ ଏହି ପ୍ରକଳ୍ପ କରାଯାଇ ପାରିବ ବୋଲି ସେ ମତ ଦେଇଛନ୍ତି । ବର୍ତମାନ ବିପିୟୁଟି ପାଖରେ ଅବଶ୍ୟ ଅନେକ ସରକାରୀ ଯାଗା ରହିଛି । ସେଗୁଡିକ ବିଭିନ୍ନ ପଲିଟିକାଲ ଦଳ ନାମରେ ବସ୍ତି ଗଢି ଉଠିଛି । ସେଠାରେ କେଉଁଠୁ ଆସି କିଏ ରହୁଛନ୍ତି ତାହା ପ୍ରଶାସନ ଜାଣି ନଥିବା ବେଳେ ସେମାନଙ୍କର ଭୋଟର ଲିଷ୍ଟ ମଧ୍ୟ କରାଯାଉଛି । ଏହି ବସ୍ତି ଗୁଡିକରେ ରହୁଥିବା କିଛି ଲୋକ ଅନେକ ସମୟରେ ସହରରେ ଘଟୁଥିବା ଅପରାଧର କାରଣ ବୋଲି ମଧ୍ୟ ଆଲୋଚନା ହେଉଛି । ଏଗୁଡିକୁ ଉଚ୍ଛେଦ କରାଯାଇ ଯଦି ବିପିୟୁଟି ଯାଗାକୁ ବଢାଯାଇପାରିବ ହୁଏତ ସରକାରଙ୍କ ଘୋଷଣା କେତେକାଂଶରେ ପୂରଣ ହୋଇପାରେ ବୋଲି ଆଲୋଚିତ ହେଉଛି ।