ଭାରତୀୟ ଗୋବଂଶ ସେବା ସୁରକ୍ଷା ସଂରକ୍ଷଣ ସମ୍ବର୍ଦ୍ଧନ ପରିଷଦ ଏବଂ ଜଗନ୍ନାଥ ସେନା ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଦାବି କରା ଯାଇଛି ।
ଏହି ଅବସରରେ ପରିଷଦର ମୁଖ୍ୟ ଓଡିଶା ଉଚ୍ଚ ନ୍ୟାୟାଳୟର ଆଇନଜୀବୀ ସଂଗ୍ରାମ କେଶରୀ ଶତପଥୀ ଗଣମାଧ୍ୟମକୁ ସୂଚନା ଦେଇ କହିଲେ ହିମାଚଳ ପ୍ରଦେଶ, ଉତ୍ତରପ୍ରଦେଶ, ଗୁଜୁରାଟ ପ୍ରମୁଖ ୧୨ ଟି ରାଜ୍ୟର ରାଜ୍ୟ ସରକାର ଗୋ ହତ୍ୟା ନିଷେଧ ଦିଗରେ ଉଲ୍ଲେଖନୀୟ ପଦକ୍ଷେପ ଗ୍ରହଣ କରିସାରିଛନ୍ତି । କେତକ ରାଜ୍ୟରେ ସରକାର ଗଠନ ହେବାର ମାତ୍ର ୬ ମାସ ମଧ୍ୟରେ ଗୋସୁରକ୍ଷା ଆଇନ ପ୍ରଣୟନ କରି ଗୋହତ୍ୟା ନିଷେଧ କରିଛନ୍ତି । କିନ୍ତୁ ଆମ ରାଜ୍ୟ ସରକାର ତଥା ଓଡିଶା ସରକାର ଏ ଦିଗରେ ଟିକେ ପଛରେ ଅଛନ୍ତି । ତେଣୁ ଆମେ ରାଜ୍ୟ ସରକାରଙ୍କୁ ଅନୁରୋଧ କରୁଛୁ ଯେ ଅନ୍ୟ ରାଜ୍ୟ ସରକାରଙ୍କ ଭଳି ଆମ ରାଜ୍ୟ ସରକାର ମଧ୍ୟ ଗୋହତ୍ୟାକୁ ଗୁରୁତର ସହ ଗ୍ରହଣ କରି ଗୋହତ୍ୟା ନିଷେଧ କରନ୍ତୁ ।
ଏହି ଅବସରରେ ସେ କହିଲେ ଗୋ ହତ୍ୟା ନିଷେଧ କରିବା ପାଇଁ ଜୁଲାଇ ୨୦୦୨ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ଅଟଳବିହାରି ବାଜପାୟୀ କେନ୍ଦ୍ରୀୟ ଗୋବଂଶ ସେବା ଆୟୋଗ ଗଠନ କରିଥିଲେ । ବର୍ତମାନ ସୁଦ୍ଧା ଷଡଯନ୍ତ୍ର କରି ଏହି ଆୟୋଗକୁ କାର୍ଯ୍ୟକାରୀ ନକରି ଆୟୋଗ ନାମରେ ହଜାର ହଜାର କୋଟି ଟଙ୍କା ଆତ୍ମସାତ କରାଯାଉଛି ।
ଏହି ଅବସରରେ ସେ ସୂଚନା ଦେଲେ ଯେ ୧୯୨୭ ମସିହାରେ ଜାତିର ପିତା ମହାତ୍ମାଗାନ୍ଧୀ, ଡ଼ ରାଜେନ୍ଦ୍ର ପ୍ରସାଦ, ଲାଲ, ବାଲ, ପାଲ, ପୁରୁଷୋତମ ଦାସ ଟଣ୍ଡନ, ପଣ୍ଡିତ ମଦନ ମୋହନ ମାଲବୀୟ ସ୍ୱରାଜ ଆନ୍ଦୋଳନ ସମୟରେ ଜନତାଙ୍କୁ ଉଦବୋଧନ ଦେଇଥିଲେ ଯେ ପୂର୍ଣ ସ୍ୱରାଜ ଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଗୋହତ୍ୟା ନିଷେଧ ଆଇନ ।
ସେ କହିଛନ୍ତି ୨୦୧୫ ମସିହା ନବକଳେବର ସମୟରୁ ଏ ଦିଗରେ ଆନ୍ଦୋଳନ ଜାରି ରହିଛି । ଅଦ୍ୟାବଧି ୩୭୮ଟି ଟ୍ରକରୁ କେବଳ ଓଡିଶାରୁ ଗୋମତାଙ୍କୁ ଉଦ୍ଧାର କରାଯାଇ ଓଡ଼ିଶାର ଅନେକ ଗୋଶାଳା ଯେପରି କଟକ ନୂଆବଜାର, ଜଗତପୁର, ଚୌଦ୍ୱାର, ବାଲେଶ୍ୱର, ଭଦ୍ରକ, ମୟୁରଭଞ୍ଜ ପ୍ରମୁଖରେ ଛଡା ଯାଇଛି । ଯେପର୍ଯ୍ୟନ୍ତ ଓଡ଼ିଶାରେ ଗୋହତ୍ୟା ନିଷେଧ ଆଇନ ପ୍ରଣୟନ ନହୋଇଛି ଓ କେନ୍ଦ୍ରୀୟ ଗୋବଂଶ ହତ୍ୟା ନିଷେଧ ଆଇନ ଲାଗୁ ନହୋଇଛି ସେ ପର୍ଯ୍ୟନ୍ତ ସତ୍ୟାଗ୍ରହ ଜାରି ରହିବ ।
ଏନେଇ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ଅନୁରୋଧ କରାଯାଇଛି ଯେ ସେ ମହାମହିମ ରାଷ୍ଟ୍ରପତିଙ୍କୁ ଅନୁରୋଧ କରନ୍ତୁ ସେ ପ୍ରଧାନମନ୍ତ୍ରୀଙ୍କୁ ନିର୍ଦେଶ ଦିଅନ୍ତୁ ଯେ ସଂସଦରେ ଏ ନେଇ ବିଲ ଆଣିବା ପାଇଁ ।
ପରିଷଦ ଦାବି କରିଛି କେନ୍ଦ୍ରୀୟ ଗୋବଂଶ ହତ୍ୟା ନିଷେଧ ଆଇନ ଯୁଦ୍ଧକାଳୀନ ଭିତ୍ତିରେ ପ୍ରଣୟନ କରାଯାଉ, ସର୍ବଭାରତୀୟ ସ୍ତରରେ ଭାରତର ଗୋବଂଶ ହତ୍ୟା ନିମନ୍ତେ ହୋଇଥିବା ସମସ୍ତ ବୈଧ ଓ ଅବୈଧ କଂସେଇଖାନା ବନ୍ଦ କରାଯାଉ, ଭାରତୀୟ ଗୋବଂଶ ମନ୍ତ୍ରଣାଳୟ ଗଠନ କରାଯାଉ, କେନ୍ଦ୍ରୀୟ ଗୋବଂଶ ସୁରକ୍ଷା ବଳ ଗଠନ କରାଯାଉ, ଯୁଦ୍ଧକାଳୀନ ଭିତ୍ତିରେ ପଞ୍ଚାୟତ ସ୍ତରରେ ଗୋଶାଳା ନିର୍ମାଣ କରାଯାଉ, ସନାତନ ଧର୍ମର ମୂଳ ଚତୁର୍ଦ୍ଧାମରେ ଯଥା ଶ୍ରୀଜଗନ୍ନାଥ ଧାମ, ଦ୍ୱାରକାନାଥ ଧାମ, ବଦ୍ରିନାଥ ଧାମ, ରାମେଶ୍ୱର ପୀଠରେ ଭାରତୀୟ ପ୍ରଜାତିର ଗୋବଂଶ ମାନଙ୍କର ଗୋଶାଳା ନିର୍ମାଣ କରାଯାଉ ଓ ଗୋଚରଭୂମିର ପୁନରୁଦ୍ଧାର କରାଯାଉ ।
ଓଡିଶା ଉଚ୍ଚ ନ୍ୟାୟାଳୟର ବରିଷ୍ଠ ଆଇନଜୀବୀ, ପୂର୍ବତନ ଷ୍ଟାଣ୍ଡିଂ କାଉନସିଲ ଓଡିଶା(କ୍ୟାଟ), ମୁକ୍ତିମଣ୍ଡପ ପଣ୍ଡିତସଭାର ଉପସଭାପତି ପଣ୍ଡିତ ଉମାବଲ୍ଲଭ ମହାପାତ୍ର ସାମନ୍ତ । ଏଥିରେ ପ୍ରବକ୍ତା ଥିଲେ ଓଡିଶା ଉଚ୍ଚନ୍ୟାୟଳୟ ତଥା ନ୍ୟାସନା ଲିଷ୍ଟ ଲୟର୍ସ ଫୋରମର ଆବାହକ ସବ୍ୟସାଚୀ ମହାପାତ୍ର, ବରିଷ୍ଠ ଆଇନଜୀବୀ ସତ୍ୟରଞ୍ଜନ ଲାଲା, ବରିଷ୍ଠ ଆଇନଜୀବୀ ତଥା ମୁକ୍ତିମଣ୍ଡପ ସଦସ୍ୟ ଶିବପ୍ରସାଦ ମିଶ୍ର, ଆଇନଜୀବୀ ପଣ୍ଡିତ ଶ୍ରୀ ଶିବଶଙ୍କର ମହାପାତ୍ର, ଡ଼ ବାଲାଜି ଶତପଥୀ ପୂର୍ବତନ ପ୍ରଧାନ ଆଚାର୍ଯ୍ୟ ହରିୟାଣା ସଂକୃତ ମହାବିଦ୍ୟାଳୟ, ବରିଷ୍ଠ ଆଇନଜୀବୀ ତଥା ନାସନାଲିଷ୍ଟ ଲୟର୍ସ ଫୋରମର ଯୁଗ୍ମ ସଚିବ ତାପସ ଦ୍ୱିବେଦୀ, ଆଇନଜୀବୀ ସୁନୀଲ ବର୍ମା ଏନଏଲଏଫର କାର୍ଯ୍ୟାଳୟ ସଚିବ, ପରିଷଦର ସଦସ୍ୟ ବାପଲିନ ମହାନ୍ତି, ଅନନ୍ଦରାମ, ଭୁପେଶ ନାୟକ, ଦେବାଶିଷ ପଟ୍ଟନାୟକ, ପରିଷଦର ଆଜୀବନ ସଦସ୍ୟ ଭି. ପାପା ରାଓ ପ୍ରମୁଖ ଉପସ୍ଥିତ ଥିଲେ