-ସ୍ୱାମୀ ଦିବ୍ୟାନନ୍ଦଙ୍କ ନେତୃତ୍ୱରେ ସିଂହଦ୍ୱାରରୁ ବାହାରିବ ଯାତ୍ରା
ଭୁବନେଶ୍ୱର – ସ୍ୱାମୀ ଦିବ୍ୟାନନ୍ଦଙ୍କ ନେତୃତ୍ୱରେ ଆଗାମୀ ୧୫ ତାରିଖ ଦିନ ଶ୍ରୀମନ୍ଦିର ସିଂହଦ୍ୱାର ନିକଟରୁ ଶ୍ରୀ ପଶୁପତିନାଥ ମୈତ୍ରୀ ଯାତ୍ରାର ଶୁଭାରମ୍ଭ ହେବ । ଏଥିରେ ବିଭିନ୍ନ ବର୍ଗର ୪୦ଜଣ ବିଶିଷ୍ଟ ବ୍ୟକ୍ତି ଯାତ୍ରା କରିବେ ଏବଂ ୨୪ ତାରିଖ ଦିନ ବିଶିଷ୍ଟ ଶାଳଗ୍ରାମମାନଙ୍କୁ ନେଇ ଶ୍ରୀଜଗନ୍ନାଥ ଧାମ ପହଂଚିବେ । ଯୁଗ ଯୁଗ ଧରି ଶ୍ରୀକ୍ଷେତ୍ର ପୁରୀ ସହ ନେପାଳର ସଂପର୍କ ନିବିଡ ରହିଆସିଥିବାବେଳେ ଆଧ୍ୟାତ୍ମିକ ଶିକ୍ଷାଳୟର ମୁଖ୍ୟ ସ୍ୱାମୀ ଦିବ୍ୟାନନ୍ଦଜୀଙ୍କ ନେତୃତ୍ୱରେ ସେଠାକାର ପ୍ରସିଦ୍ଧ ପଶୁପତିନାଥ ମନ୍ଦିର ପରିଦର୍ଶନରେ ଯିବା ପାଇଁ ପଶୁପତିନାଥ ଏରିଆ ଡେଭେଲପମେଂଟ୍ ଟ୍ରଷ୍ଟ (ପିଏଡିଟି) ଶ୍ରୀଜଗନ୍ନାଥପ୍ରେମୀମାନଙ୍କୁ ଆମନ୍ତ୍ରଣ କରିଛି । ପିଏଡିଟିର ସଦସ୍ୟ ସଚିବ ଡକ୍ଟର ପ୍ରଦୀପ ଢକାଲ୍ ଏଥିପାଇଁ ନିଜେ ଓଡିଶା ଗସ୍ତରେ ଆସି ଚଳିତ ମାସ ନେପାଳ ଯିବା ପାଇଁ ବ୍ୟକ୍ତିଗତ ଭାବେ ଶ୍ରୀଜଗନ୍ନାଥପ୍ରେମୀ ମାନଙ୍କୁ ନିମନ୍ତ୍ରଣ ଜଣାଇଛନ୍ତି ।
ଏହି ଉପଲକ୍ଷେ ଅନୁÂିତ ଏକ ସାମ୍ବାଦିକ ସମ୍ମିଳନୀରେ ଡକ୍ଟର ଢକାଲ୍ କହିଛନ୍ତି ଯେ, ଶ୍ରୀମନ୍ଦିରରୁ ସ୍ଥଳପଥରେ, ଅର୍ଥାତ୍ ରାସ୍ତାରେ ଏହି ଟିମ୍ ନେପାଳ ଗସ୍ତରେ ବାହାରି ବାଟରେ ବିଭିନ୍ନ ଆଧ୍ୟାତ୍ମିକ ପୀଠ ଦର୍ଶନ କରି ନେପାଳ ପହଂଚି ସେଠାରେ ପଶୁପତିଙ୍କ ନିକଟରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରିବେ ।
ଶ୍ରୀଜଗନ୍ନାଥଧାମରୁ ଭକ୍ତଙ୍କୁ ନେପାଳ ଆମନ୍ତ୍ରଣ କରିଥିବାରୁ ପଶୁପତିନାଥ ମନ୍ଦିର ପରିଚାଳନା କର୍ତୃପକ୍ଷ ତଥା ଏହାର ସଦସ୍ୟ ସଚିବଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ପ୍ରମୁଖ ସାମାଜିକକର୍ମୀ ତଥା ଯୁବନେତା ପରେଶ ନାୟକ । ଗୁରୁଜୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପ୍ରତ୍ୟେକ ମାସରେ ଜୀବନ ପରବର୍ତନ କଲାଭଳି ଧ୍ୟାନ ଯୋଗ ଶିବିର ଅନୁÂିତ ହେଉଛି, ଏଥିରେ ଦେଶବିଦେଶରୁ ବହୁତ ଲୋକ ଯୋଗଦେଇ ଜୀବନ ପରିବର୍ତନ କରିବାର ପ୍ରୟାସ ଜାରି ରଖିଛନ୍ତି ବୋଲି ସାଧ୍ୱୀ କ୍ରିଷ୍ଣା ସୂଚନା ଦେଇଛନ୍ତି ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ବହୁ ପ୍ରାଚୀନ କାଳରୁ ଶ୍ରୀମନ୍ଦିର ସହ ନେପାଳର ସଂପର୍କ ରହିଆସିଛି । ନବକଳେବର ସମୟରେ ଶ୍ରୀଜିଉମାନଙ୍କୁ ନେପାଳ ରାଜା କସ୍ତୁରୀ ଯୋଗାଇଦେବାର ପରମ୍ପରା ଯୁଗ ଯୁଗରୁ ରହିଆସିଛି । ୧୯୯୬ର ନବକଳେବର ଯାଏ ନେପାଳ ରାଜପରିବାର ବଡଦେଉଳକୁ କସ୍ତୁରୀ ଯୋଗାଇଆସୁଥିବାବେଳେ କସ୍ତୁରୀ ଦେଉଥିବା ମୃଗ ବିରଳ ହେବାରୁ ପରବର୍ତୀ କାଳରେ ଏହା ଯୋଗାଇବା ସମ୍ଭବ ହୋଇପାରିନଥିଲା । ପୁରୀ ଗଜପତିଙ୍କ ଭଳି ନେପାଳ ନରେଶ ବା ନେପାଳ ରାଜାଙ୍କୁ ମଧ୍ୟ ଶ୍ରୀଜଗନ୍ନାଥଙ୍କ ସେବକ ଭାବେ ଗଣାଯାଏ । ଏଥିପାଇଁ ନେପାଳର ରାଜା ଓ ରାଣୀଙ୍କୁ ବଡଦେଉଳ ଭିତରେ ସ୍ୱତନ୍ତ୍ର ସୁବିଧା ଯୋଗାଇଦିଆଯାଏ ।