
ଭୁବନେଶ୍ୱର– ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରଦ୍ଧାଂଜଳି ଜଣାଇଛନ୍ତି । ସେ ଟ୍ୱିଟ କରି କହିଛନ୍ତି ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀରେ ତାଙ୍କୁ ଶ୍ରଦ୍ଧାଂଜଳି । ସେ ଜଣେ ଶ୍ରେଷ୍ଠ ସାଂସଦ, ଷ୍ଟେଟ୍ସମ୍ୟାନ, ଅଦ୍ୱିତୀୟ କବି ଓ ସୁବକ୍ତା ତଥା ସ୍ୱାଧୀନ ଭାରତର ସବୁଠାରୁ ବଡ ନେତାମାନଙ୍କ ମଧ୍ୟରେ ଜଣେ ଥିଲେ ।