ଆଜି ଚିହ୍ନଟ ହୋଇଥିବା ୩୨୫ ଜଣଙ୍କ ମଧ୍ୟରୁ ୧୮୭ ଜଣ ସଂଗରୋଧରୁ ହୋଇଥିବା ବେଳେ ୧୩୮ ଜଣ ସ୍ଥାନୀୟ ଲୋକ ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି । କରୋନା ପଜିଟିଭ ମାମଲା ସାମନାକୁ ଆସିବା ପରେ ଏହି ବାବଦରେ କଂଟାକ୍ଟ ଟ୍ରେସିଂ ଓ ଅନ୍ୟ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରା ଯାଉଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକାଶ କରା ଯାଇଛି । ଆଜି ଚିହ୍ନଟ ହୋଇଥିବା କୋରୋନା ଆକ୍ରାନ୍ତ ମାନେ ମୋଟ ୨୪ ଟି ଜିଲ୍ଲାର ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।
ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଖୋର୍ଧା ଜିଲ୍ଲାରେ ସବୁଠାରୁ ଅଧିକ ୩୬ କରୋନା ସଂକ୍ରମିତ ହୋଇଥିବା ଜଣା ପଡିଛି ।
ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲାରୁ ୩୨ଜଣ କରୋନା ସଂକ୍ରମିତ ହୋଇଥିବା ବେଳେ ବାଲେଶ୍ୱରରୁ ୨୮ ଜଣ, ବରଗଡ଼ରୁ ୧୮ ଜଣ, ଭଦ୍ରକରୁ ୪ ଜଣ, ବଲାଙ୍ଗୀରରୁ ୧୨ ଜଣ ରହିଛନ୍ତି ।
‘ସେହିପରି ବୌଦ୍ଧ ଜିଲ୍ଲାରୁ ଜଣେ ହେଲେ ସଂକ୍ରମିତ ହୋଇ ନାହାନ୍ତି । କଟକରୁ ୧୯ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଦେବଗଡ଼ରୁ ୪ ଓ ଢେଙ୍କାନାଳରୁ ୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗଜପତିରୁ ଜିଲ୍ଲାରୁ ଜଣେ ହେଲେ ସଂକ୍ରମିତ ଚିହ୍ନଟ ହୋଇ ନ ଥିବା ବେଳେ ଗଞ୍ଜାମରୁ ୫ ଜଣ, ଜଗତ୍ସିଂହପୁରରୁ ୧ ଜଣ, ଯାଜପୁରରୁ ୧୭ ଜଣ, ଝାରସୁଗୁଡ଼ାରୁ ୧୧ ଜଣ, କଳାହାଣ୍ଡିରୁ ୫ ଜଣ ଚିହ୍ନଟ ହୋଇଛନ୍ତି । କନ୍ଧମାଳର ଜିଲ୍ଲାରୁ କେହି ହେଲେ ସଂକ୍ରମିତ ଚିହ୍ନଟ ହୋଇ ନାହାନ୍ତି । ସେହିପରି କେନ୍ଦ୍ରାପଡ଼ାରୁ ୧୦ ଜଣ, କେନ୍ଦୁଝରରୁ ୧୧ ଜଣ, ଖୋର୍ଦ୍ଧାରୁ ୩୬ ଜଣ ଚିହ୍ନଟ ହୋଇଥିବା ବେଳେ କୋରାପୁଟ ଓ ମାଲକାନଗିରି ଜିଲ୍ଲାରୁ ଜଣେ ହେଲେ ସଂକ୍ରମିତ ଚିହ୍ନଟ ହୋଇ ନାହାନ୍ତି ।
ମୟୂରଭଞ୍ଜରୁ ୧୮ ଜଣ ସଂକ୍ରମିତ ହୋଇଥିବା ବେଳେ ନବରଙ୍ଗପୁରରୁ ୨, ନୟାଗଡ ଜିଲ୍ଲାରୁ ୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ନୂଆପଡ଼ାରୁ ୧୮ ଜଣ, ପୁରୀରୁ ୪ ଜଣ ଚିହ୍ନଟ ହୋଇଥିବାବେଳେ , ରାୟଗଡା ଜିଲ୍ଲାରୁ ଜଣେ ହେଲେ ସଂକ୍ରମିତ ଚିହ୍ନଟ ହୋଇ ନାହାନ୍ତି । ସମ୍ବଲପୁରରୁ ୨୧ ଜଣ ଜଣ ଚିହ୍ନଟ ହୋଇଥିବା ବେଳେ ସୋନପୁରରୁ ୨, ସୁନ୍ଦରଗଡ଼ରୁ ୩୩ ଜଣ ଓ ଷ୍ଟେଟ୍ପୁଲ୍ରୁ ୯ ଜଣ ଚିହ୍ନଟ ହୋଇଛନ୍ତି ।