ଭୁବନେଶ୍ୱର – ସେପ୍ଟେମ୍ବର୨୭ରୁ ଅକ୍ଟୋବର ୩ ତାରିଖ ପର୍ଯ୍ୟନ୍ତ ଇଣ୍ଡୋନେସିଆର ବାଟାମଠାରେ ଅନୁÂିତ ୫୩ତମ ଏସିଆନ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାରେ ଶ୍ରୀମତୀ ସୁମିତ୍ରା ତ୍ରିପାଠୀ ବିଚାରକ ପରୀକ୍ଷାରେ କୃତିତ୍ୱର ସହ ଉତୀର୍ଣ୍ଣ ହେବା ସହିତ ଆନ୍ତର୍ଜାତୀୟ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାରେ ପ୍ରଥମ ଓଡ଼ିଆ ମହିଳା ବିଚାରକ ହେବାର ବିରଳ କୃତିତ୍ୱର ଅଧିକାରୀ ହୋଇପାରିଛନ୍ତି ।
ସେହିପରି ଏହି ପ୍ରତିଯୋଗିତାରେ ୮୫ କେଜି ଓଜନ ବର୍ଗରେ ଓଡ଼ିଶା ବଡ଼ି ବିଲ୍ଡ଼ିଂ ଆସୋସିଏସନର ପ୍ରତିଯୋଗୀ ରଶ୍ମୀ ରଞ୍ଜନ ସାହୁ ଅଂଶଗ୍ରହଣ କରି ୫ମ ସ୍ଥାନ ଲାଭ କରିବା ସହିତ ଆନ୍ତର୍ଜାତିକ ସୁନ୍ଦର ସ୍ୱାସ୍ଥ୍ୟ କ୍ଷେତ୍ରରେ ଓଡ଼ିଶା ପାଇଁ ସୁନାମ ଆଣିପାରିଛନ୍ତି । ଉଭୟ ଇଣ୍ଡୋନେସିଆରୁ ଭୁବନେଶ୍ୱରରେ ପହଂଚିବା ପରେ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦରରେ ସେମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଓଡ଼ିଶା ବଡ଼ି ବିଲ୍ଡ଼ିଂ ଆସୋସିଏସନର ସାଧାରଣ ସମ୍ପାଦକ ପ୍ରସନ୍ନ କୁମାର ମହାସୁଆର, କାର୍ଯ୍ୟନିର୍ବାହୀ ଉପ ସଭାପତି ବାବୁଲି ସ୍ୱାଇଁ, ଯୁଗ୍ମ ସମ୍ପାଦକ ପ୍ରଫୁଲ୍ଲ ଗୁରୁ, ଏନ୍.ଏମ୍. ଗ୍ରୁଫ୍ ଅଫ୍ ଇନ୍ଷ୍ଟିଚୁ୍ୟଟ୍ର ଅଧ୍ୟକ୍ଷ ରମେଶ ଚନ୍ଦ୍ର ପରିଡ଼ା, ରେଡ଼କ୍ରସର କର୍ମକର୍ତା, ନେହେରୁ ଯୁବ ପ୍ରତିÂାନ, ଜୁରାସିକ ଜିମ୍ ଏବଂ ବି.ଏମ୍.ସି ଜିମ୍ ବଉଳଗଡ଼ ଏବଂ ବହୁ ଶୁଭେଚ୍ଛୁ ବିମାନ ବନ୍ଦରରେ ପହଂଚି ଶ୍ରୀମତୀ ସୁମିତ୍ରା ତ୍ରିପାଠୀ ଏବଂ ରଶ୍ମୀ ରଞ୍ଜନ ସାହୁଙ୍କୁ ସେମାନଙ୍କର ସଫଳତା ନିମନ୍ତେ ଶୁଭେଚ୍ଛା ଜଣାଇବା ସହିତ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା ।