

Related Stories
June 24, 2025
ମାଲକାନଗିରି- ମାନବିକତା ଦେଖାଇଲେ ପୋଲିସ କନଷ୍ଟେବଳ ସୈଖ ଅରସଦ୍ । ଜଣେ ୬୮ ବର୍ଷ ବୟସର ମହିଳା ମଙ୍ଗି ନାଗେଶ୍ଵରମ୍ ପ୍ରଭୁ ଭେଙ୍କେଟେଶ୍ବର ସ୍ଵାମୀଙ୍କ ଦର୍ଶନ ଯିବା ବେଳେ ତଳକୁ ଖସି ପଡିଥିଲେ । ଆଉ ମହିଳା ଜଣକ ଗୁରୁତର ଭାବେ ଆହତ ହୋଇଥିଲେ । ହେଲେ ତାଙ୍କୁ ଡାକ୍ତରଖାନା ନେବା ପାଇଁ ସେଠାରେ କୌଣସି ଗାଡ଼ି ମୋଟର ନଥିବାରୁ ସେଠାରେ ଉପସ୍ଥିତ ଥିବା ଲୋକମାନଙ୍କ ମଧ୍ୟରେ ଆଶା ଏବଂ ଆଶଙ୍କା ଦେଖା ଦେଇଥିଲା । ଆଉ ହଠାତ୍ ଚମତ୍କାର ହେଲା ଭଳି ପହଞ୍ଚିଯାଇଥିଲେ ସେଠାରେ ଆନ୍ଧ୍ର ପ୍ରଦେଶ ବିଶାଖାପାଟଣା ପୋଲିସ କନଷ୍ଟେବଳ ସୈଖ ଅରସଦ୍ । କନଷ୍ଟେବଳ ଜଣକ ଗୁରୁତର ମହିଳାଙ୍କୁ କାନ୍ଧରେ ବୋହି ଖାଲଖମା ରାସ୍ତା ଅତିକ୍ରମ କରି ଦୀର୍ଘ ୬ କି.ମି. ବାଟ ଅତିକ୍ରମ କରି ଚିକିତ୍ସାଳୟ ପହଞ୍ଚିଥିଲେ । ଏହି ଘଟଣା ପରେ ତାଙ୍କ ନିକଟକୁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିଥିଲା । ଏ ସମ୍ପର୍କରେ ତାଙ୍କୁ ପଚାରିବାରୁ ସେ କହିଥିଲେ ‘ମୁଁ ଜାତି ଧର୍ମ ଉପରେ ବିଶ୍ବାସ ରଖେନା ମୋ ପାଇଁ ସମସ୍ତେ ସମାନ’।