
ନୟାଗଡ– ନୟାଗଡ଼ ଯଦୁପୁର ପରୀ ହତ୍ୟା ମାମଲାରେ ଗିରଫ ମୁଖ୍ୟ ଅଭିଯୁକ୍ତ ସରୋଜ ସେଠୀକୁ ଯଦୁପୁର ଆଣି ସିନ୍ ରିକ୍ରିଏସନ୍ କରିଛି ଏସଆଇଟି । ଘଟଣାସ୍ଥଳକୁ ଆଣି ସରୋଜ ସେଠୀକୁ ଡେମୋ କରାଇଛି ଏସଆଇଟି । ପୋଖରୀ କୂଳରେ ଘଟଣା ଦିନ କ’ଣ କରିଥିଲା ତାହାର ଡେମୋ କରି ଦେଖାଇଛି ସରୋଜ । ଏଥିସହ ସରୋଜକୁ ଘଟଣାସ୍ଥଳରେ ଟିକିନିଖି ପଚାରିବା ସହ ତଥ୍ୟ ସଂଗ୍ରହ କରିଛନ୍ତି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ।
ସେହିପରି ସରୋଜ ଘରୁ ମିଳିଥିବା ଗାମୁଛା ବଡ ପ୍ରମାଣ ଦେବ ବୋଲି କହିଛନ୍ତି ବୋଥ୍ରା । ଏନେଇ ଅଧିକ ସୂଚନା ଦେଇ ସେ କହିଛନ୍ତି ଯେ, ପରୀର ହତ୍ୟା ପରେ ବୋହିଥିବା ରକ୍ତକୁ ସରୋଜ ଏହି ଗାମୁଛାରେ ପୋଛିଥିଲା । ଏହି ଗାମୁଛାକୁ ସରୋଜର ଘରୁ ଜବତ କରାଯାଇଛି ।