ନୟାଗଡ଼ ପରୀ ହତ୍ୟା ମାମଲା : ପରୀ ଶରୀରର କୌଣସି ହାଡ଼ ଗାଏବ୍ ହୋଇନାହିଁ- ଏସଆଇଟି ମୁଖ୍ୟ
ନୟାଗଡ– ନୟାଗଡ଼ ଯଦୁପୁର ପରୀ ହତ୍ୟା ମାମଲାରେ ପରୀ ଶରୀରର ବାକି ହାଡ଼ କେଉଁଆଡେ ଗଲା ସେ ସମ୍ପର୍କିତ ଗଣମାଧ୍ୟମର ପ୍ରଶ୍ନର ଉତରରେ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ସୂଚନା ଦେଇ କହିଛନ୍ତି ଯେ, ପରୀ ଶରୀରର କୌଣସି ହାଡ଼ ଗାଏବ୍ ହୋଇନାହିଁ । ଶବ ବ୍ୟବଚ୍ଛେଦ ରିପୋର୍ଟରେ କୌଣସି ହାଡ଼ ମିଳିନଥିବା କୁହାଯାଇଛି । ବିଶେଷଜ୍ଞ ଡ଼ାକ୍ତର ମାନେ ହାଡ଼ ମିଳିନଥିବା ନେଇ କିଛି କହିନାହାଁନ୍ତି । ଦେହାବଶେଷ ମିଳିବା ପରେ ଶବ ଚିହ୍ନଟ ପାଇଁ ଡିଏନଏ ଟେଷ୍ଟ କରାଯାଇଥିଲା । ଡ଼ିଏନଏ ଟେଷ୍ଟ କରିବା ପାଇଁ ଡ଼ାକ୍ତର ମାନେ କିଛି ହାଡ଼ ପଠାଇଥିଲେ । ସେହିପରି ଡ଼ଗ୍ ସ୍କ୍ୱାଡ୍ କାହିଁକି ଗନ୍ଧ ବାରିପାରିଲା ନାହିଁ ପ୍ରଶ୍ନର ଉତରରେ ବୋଥ୍ରା କହିଛନ୍ତି ଯେ, ମାମଲାରେ ଏସଆଇଟି ଡ଼ଗ୍ ସ୍କ୍ୱାଡ୍ ବ୍ୟବହାର କରିନାହିଁ ।