
ନୂଆଦିଲ୍ଲୀ,ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପଶ୍ଚିମବଙ୍ଗର ଶାନ୍ତିନିକେତନସ୍ଥିତ ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟ ଶତବାର୍ଷିକୀ ଉତ୍ସବ ଅବସରରେ ସମ୍ବୋଧନ କରିବେ । ବିଶ୍ୱବିଦ୍ୟାଳୟର ମୁଖ୍ୟ ଅତିଥି ମୋଦୀ ଭିଡିଓ କନଫରେନ୍ସିଂ ଜରିଆରେ ପୂର୍ବାହ୍ନ ୧୧ଟାରେ ସମାରୋହକୁ ଉଦଘାଟନ କରିବେ ବୋଲି ସେ ଟ୍ବିଟ କରି ସୂଚନା ଦେଇଛନ୍ତି ।
ସେ କହିଛନ୍ତି, ଗୁରୁଦେବ ରବୀନ୍ଦ୍ରନାଥ ଟାଗୋରଙ୍କ ଜୀବନ ସହିତ ଘନିଷ୍ଠ ସଂପର୍କ ରଖିଥିବା ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟ ଶତବାର୍ଷିକୀ ସମାରୋହ ଆସନ୍ତାକାଲି (ଡିସେମ୍ବର ୨୪)ରେ ପାଳନ ହେବ ।