ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସର ୨ୟ ସ୍ୱରୂପ ଦେଖାଯାଇଥିବା ବେଳେ ଆସନ୍ତା ୩୧ ତାରିଖ ରାତି ୮ଟାରୁ ୨୦୨୧ ଜାନୁଆରୀ ୧ ତାରିଖ ସକାଳ ୬ଟା ମଧ୍ୟରେ ୧୪ ଘଣ୍ଟା ପାଇଁ ରାଜସ୍ଥାନ ସରକାର ରାତ୍ରୀକାଳୀନ କର୍ଫ୍ୟୁ ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଯେଉଁ ସହରର ଲୋକ ସଂଖ୍ୟା ୧ ଲକ୍ଷରୁ ଅଧିକ ଥିବ ସେଠାରେ ଏହି ନିୟମ ପାଳନ କରାଯିବ । ଗୃହ ବିଭାଗ ପକ୍ଷରୁ ଏହା କୁହାଯାଇଛି । ରାଜ୍ୟରେ ନୂଆବର୍ଷ ପାଳନକୁ ବାରଣ କରାଯାଇଥିବା ବେଳେ ଫୋଟକା ଫୁଟିପାରିବ ନାହିଁ ।