
ଜଗନ୍ନାଥ ପ୍ରସାଦ ବ୍ଲକ ଅଞ୍ଚଳ ରେ ଆଜି ବୁଧବାର ପରିବେଶ ଅଧୟନ କେନ୍ଦ୍ର ଓ ପରିବେଶ ବିଭାଗ ଓଡିଶା ପକ୍ଷରୁ ଦକ୍ଷିଣ ଘୁମୁସର ବନଖଣ୍ଡ ଭଞ୍ଜନଗର ଙ୍କ ଆୟୋଜନ ରେ ସ୍ୱଚ୍ଛତା ଓ ପରିବେଶ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି l ଆଜି ପଞ୍ଚଭୂତି ଓ କୁମ୍ପାପଡା ପଂଚାୟତ ରେ ହୋଇ ଥିବା ଜନ ସଚେତନ ଓ ରାଲି ରେ ସ୍ଥାନୀୟ ବିଧାୟକ ତଥା ଜଙ୍ଗଲ ପରିବେଶ ଓ ସାଂସଦ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ମୁଖ୍ୟ ଅତିଥି ଭାବେ ଓ କନ୍ଧମାଳ ଲୋକସଭା ସାଂସଦ ଡା ଅଚୁତ ସାମନ୍ତ ସନମାନିତ ଅତିଥି ଭାବେ ଯୋଗ ଦେଇଥିଲେ l ପୂର୍ବ ନିର୍ଧାରିତ କାର୍ଯ୍ୟସୂଚୀ ଅନୁଯାଇ ଜନସାଧାରଣ ଙ୍କ ମେଳରେ ଅଥିତି ଦ୍ବୟ ଙ୍କୁ କୁମ୍ପାପଡା ଗ୍ରାମବାଶି ମନେ ଅତିଥି ସ୍ୱାଗତ ଜଣାଇ ଥିଲେ l ସେଠାରେ ସ୍ୱଚ୍ଛତା ରଥ ର ଉଦଘାଟନ କରାଯାଇଥିଲା l ପରେ କୁମ୍ପାପଡା ଗ୍ରାମର କୋଠା ଘର ଅଙ୍ଗନବାଡି କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟ ରେ ବୃକ୍ଷ ରୋପଣ ଓ ସାହି ସ୍ଥିତ ସୂଚନା ପାଠାଗାର କେନ୍ଦ୍ର ଉଦଘାଟନ କରାଯାଇ ଥିଲା l ଏହାପରେ ବଡଦାଣ୍ଡ ସହି ଠାରେ ଲୋକ ଙ୍କ ଗହଣରେ ସଫେଇ କାର୍ଯ୍ୟକ୍ରମ ମାସ୍କ ସାନିଟାଇଜର ବଣ୍ଟନ କରାଯିବା ସହିତ କରୋନା ସମ୍ପର୍କ ତ ସଚେତନା ପ୍ରତ୍ରିକା ବଣ୍ଟନ ଓ ସବୁଜ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିଲା ଶେଷରେ କୁମ୍ପାପଡା ମିଶନ ଶକ୍ତି କେନ୍ଦ୍ର ର ଉଦଘାଟନ କରି ଉକ୍ତ କାର୍ଯ୍ୟକ୍ରମ ର ଶେଷ କରିଥିଲେ l ଏହାପରେ ଶ୍ରୀ ମନ୍ତୀ , ସାଂସଦ ଉଭୟେ ପଞ୍ଚଭୂତି ଅଭିମୁଖେ ଆସିଥିଲେ ସମସ୍ତ
ଅତିଥି ମନେ ପଞ୍ଚଭୂତି ଗ୍ରାମ ପରିକ୍ରମା କରିବା ସହ ଜନସାଧାରଣ ଙ୍କୁ ମାସ୍କ ସାନିଟାଇଜର ଓ କରୋନା ସଚେତନତା ବାର୍ତା ବାଣ୍ଟିଥିଲେ l ପଞ୍ଚଭୂତି ଗ୍ରାମ ର ଗୌଡ଼ ସହି ନିକଟରେ ଅଙ୍ଗନବାଡି କେନ୍ଦ୍ର ଉଦଘାଟନ ସାରି ସ୍ଥାନୀୟ ନେହୁରୁ ହାଇସ୍କୁଲ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ଯୋଗ ଦେଇ ଥିଲେ l ପୁଣି ପଞ୍ଚଭୂତି ହାଇସ୍କୁଲ ଠାରେ ସ୍ୱଛତା ଓ ପରିବେଶ ଆୟୋଜିତ ସଭାରେ ଯୋଗ ଦେଇ ଅଭିଭାଷଣ ରଖିଥିଲେ l ଶ୍ରୀ ମନ୍ତ୍ରୀ ନିଜ ର ଉଦବୋଧନ ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ରାଜ୍ୟ ର ବିକାଶ ଗ୍ରାମାଞ୍ଚଳ ର ଉର୍ନତି ପାଇଁ ଚେଷ୍ଟା ଜାରିରଖିଥିବା ସହ ବର୍ତମାନ ଏହି କରୋନା ସମୟ ରେ କିଭଳି ନିଜେ ସ୍ୱଚ୍ଛ ରହିବା ଓ ପରିବେଶ ସ୍ଵଚ୍ଚ ରଖିବା ଏହି କାର୍ଯ୍ୟ ସମସ୍ତ ଗ୍ରାମ ରେ ଲାଗୁକରିବା ଉପସ୍ଥିତ ଲୋକଙ୍କୁ ଅନୁରୋଧ କରିଥିଲେ l ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ସତ୍ୟନାରାୟଣ ବେହୁରା, ଉତ୍ତର ବନଖଣ୍ଡ ଅଧିକାରୀ ଅଭୟ କୁମାର ଦଳାଇ, ଏ ସି ଏ ଫ ଶଙ୍କର୍ଷଣ ବେହେରା, ଡି ଏମ କର୍ପୂରେସନ ଦିଲ୍ଲୀପ କୁମାର ରାଉତ, ବୁଗୁଡା ବନାଞ୍ଚଲ ଅଧିକାରୀ ଫକୀର ଚରଣ ବେହେରାଙ୍କ ତତ୍ତ୍ବାବଧାନରେ
ବ୍ଲକ ଅଧକ୍ଷା ଗୀତାଞ୍ଜଳି ବେହେରା ଓ ଉପଦକ୍ଷ ହିମାଂଶୁ ଶେଖର ବାରିକ, ସରପଞ୍ଚ ପ୍ରମିଳା ଦୋରା ଓ ସମିତି ସଭ୍ୟା ସସ୍ମିତା ନାୟକ, ମୋହନ ପ୍ରଧାନ, ଓଡ଼ିଆ ଅଧ୍ୟାପକ ଲୋକନାଥ ମହାନ୍ତି ଉଦବୋଧନ ଦେଇଥିଲେ l ମନ୍ତ୍ରୀ ଶ୍ରୀ ଆରୁଖ ସ୍ୱଚ୍ଛ ନିର୍ମଳ ଅମ୍ଳଜାନ ହିଁ ଜୀବନ ସାଂସଦ ଅଚୁତ ପ୍ଲାଷ୍ଟିକ ବର୍ଜନ ଓ ବନଖଣ୍ଡ ଅଧିକାରୀ ବୃକ୍ଷ ରୋପଣ ରହିଲେ ବନ ବଞ୍ଚିବେ ଜନ ଓ ଲୋକନାଥ ମହାନ୍ତି ପୂର୍ବ ରୁ ଓ ପରେ ହାତ ଧୋଇବା ପ୍ରଣାଳୀ ଉପରେ ଆଲୋକ ପାତ କରିଥିଲେ l ମଞ୍ଚ ଉପରେ ମନ୍ତ୍ରୀ ଓ ସାଂସଦ ଙ୍କ ଦ୍ୱାରା କୋଭିଡ ଯୋଦ୍ଧା ଭାବରେ ଅଭିହିତ କରି ସରପଞ୍ଚ ନିର୍ମଳ ନାୟକ, ହୃଷିକେଶ ନାୟକ, ଯଶବନ୍ତ ବଳବନ୍ତ ସାହାଣୀ ଜୀର୍ଲ୍ଲାପରିଷଦ ସଭ୍ୟ ରାଜେନ୍ଦ୍ର ସ୍ୱାଇଁ ଆଶା କର୍ମୀ ସସ୍ମିତା ନାୟକ ଓ ଅଙ୍ଗନବାଡି କର୍ମୀ ଜୋଛନା ରାଣୀ ପଣ୍ଡା ଙ୍କୁ ସଂବୋରଧ କରାଯାଇ ଥିଲା l ଶେଷରେ ୩ କୋଟି 47ଲକ୍ଷ 35 ହଜାର ଶ୍ରେଣୀ ଗୃହ ନିମନ୍ତେ ତେନ୍ତୁଳିଆ ଦେବସ୍ନାନ ମହାବିଦ୍ୟାଳୟ ବିଡିପୁର ଠାରେ ଶ୍ରୀ ଆରୁଖ ଙ୍କ ଦ୍ୱାରା ଭୂମିପୂଜନ ହୋଇଥିଲା l
ଜଗନ୍ନାଥ ପ୍ରସାଦ ରୁ ଚିତ୍ତରଞ୍ଜନ ଗନ୍ତାୟତ ଙ୍କ ରିପୋର୍ଟ