ମହାପ୍ରଭୁଙ୍କର ମହାପ୍ରସାଦକୁ ହିଁ କେବଳ ଅଭଡ଼ା ଵା ମହାପ୍ରସାଦ କୁହାଯାଏ |ବିଶ୍ୱରେ ଯେତେ ଧର୍ମପୀଠ ଅଛି ସବୁ ପ୍ରସାଦ କୁହାଯାଉଥିବାବେଳେ କେବଳ ମହାପ୍ରଭୁଙ୍କର ଭୋଗ, ପ୍ରସାଦକୁ ମହାପ୍ରସାଦ ଵା ଅଭଡ଼ା ବୋଲି କୁହାଯାଏ |ମହାପ୍ରସାଦ ଵା ଅଭଡ଼ା କୌଣସି ହୋଟେଲ ଵା ରେଷ୍ଟୁରାଣ୍ଟର ଖାଦ୍ୟ ନୁହେଁ କି ଏହା କିଣା ବିକା ର ଜିନିଷ ନୁହେଁ |ତେଣୁ କୌଣସି ନିର୍ଦ୍ଧିଷ୍ଟ ଧାର୍ମିକ ଜିନିଷକୁ ନେଇ ଆପଣ ବେପାର କରିବେ ପୁଣି ସେ ଓଡ଼ିଆ ଅଭଡ଼ା ଲେଖି ତେଣୁ
୧ -ଉକ୍ତ ଓଡ଼ିଆ ଅଭଡ଼ା ଲେଖାଥିବା ହୋଟେଲ ରେ ଜୋତାପିନ୍ଧି ଅଭଡ଼ା ଖାଇବା |
୨ -ଜୋତାପିନ୍ଧି ଅଭଡ଼ା ପରଶିଵା |
୩ -ଟେବୁଲ ଚେୟାର ରେ ଅଭଡ଼ା ଖାଇବା ଦ୍ୱାରା କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ଧାର୍ମିକ ଭାବନା କୁ ଆହତ ହେବା ସହ ଜଗନ୍ନାଥଙ୍କୁ ଅପମାନ ହୋଇଛି, ତେଣୁ ଆପଣ କାହାଠୁ ଅନୁମତି ନେଇଛନ୍ତି, ଜଗତଗୁରୁ ଶଙ୍କରାଚାର୍ଯ୍ୟ, ମହାରାଜା, ଛତିଶା ନିଯୋଗ, ନାଁ ମନ୍ଦିର ପ୍ରଶାସନ ଠୁ ଅନୁମତି ପାଇଛନ୍ତି |ଅଭଡ଼ା ଵା ଓଡ଼ିଆ ଅଭଡ଼ା ଲେଖି ବେପାର କରିବା ଦ୍ୱାରା copy right act ଦ୍ୱାରା ଆପଣଙ୍କର ବିରୋଧରେ criminal case ରୁଜୁ ହେବ |ଏଥିପାଇଁ ଆପଣ ହିଁ ଦାଈ ରହିବେ |ତୁରନ୍ତ ଭୁଲ ମାଗିବା ସହ ଉକ୍ତ ଓଡ଼ିଆ ଅଭଡ଼ା ଲେଖାକୁ ହଟାନ୍ତୁ ବୋଲି ପୁରୀଜିଲ୍ଲା ଯୁବ ଅଧିବକ୍ତା ସଂଘର ଆବାହକ ଅନିଲ କୁମାର ସାହୁ ଏବଂ ସଭାପତି ବିଶ୍ୱଜିତ ପ୍ରଧାନ ସଂଘ ତରଫରୁ ପ୍ରଶ୍ନ କରିବା ସହିତ legal notice ଜାରି କରିଛନ୍ତି |
Related Stories
November 22, 2024