ମଧ୍ୟପ୍ରଦେଶରେ ଗତ ୨୪ ଘଂଟାରେ ୧,୦୦୫ କରୋନାର ନୂଆ ମାମଲା, ୧୨ ମୃତ
ଭୋପାଳ । ମଧ୍ୟପ୍ରଦେଶରେ ଗତ ୨୪ ଘଂଟାରେ ୧,୦୦୫ ନୂଆ କରୋନାର ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ୧୨ ଜଣଙ୍କର ମୃତ୍ୟୁ ଘଟିଛି । ମଧ୍ୟ ପ୍ରଦେଶ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।ଏହା ସହିତ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୨,୩୩,୩୨୪ ହୋଇ ଯାଇଛି । ବର୍ତମାନ ସୁଦ୍ଧା ୩,୫୦୨ ଜଣଙ୍କର ମୃତ୍ୟୁ ଘଟିଛି ।
ରାଜସ୍ଥାନରେ ଗତ ୨୪ ଘଂଟାରେ ୮୦୭କରୋନାର ନୂଆ ମାମଲା
ଜୟପୁର। ରାଜସ୍ଥାନରେ ଗତ ୨୪ ଘଂଟାରେ ୮୦୭ ନୂଆ କରୋନାର ମାମଲା ସାମନାକୁ ଆସିଛି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।
ଏହା ସହିତ ରାଜ୍ୟରେ ମୋଟ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୧୧,୬୦୧ହୋଇ ଯାଇଛି । ବର୍ତମାନ ସୁଦ୍ଧା ୨,୬୩୪ ଜଣଙ୍କର ମୃତ୍ୟୁ ଘଟିଛି ।