

ଚଣ୍ଡିଗଡରେ ଗତ ୨୪ ଘଂଟାରେ ୫୬ କରୋନାର ନୂଆ ମାମଲା
ଚଣ୍ଡିଗଡ । ଚଣ୍ଡିଗଡରେ ଗତ ୨୪ ଘଂଟାରେ ୫୬ ନୂଆ କରୋନାର ମାମଲା ସାମନାକୁ ଆସିଛି । ଚଣ୍ଡିଗଡ ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆ ଯାଇଛି । ଏହା ସହିତ ଏଠାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୧୮,୫୦୮ ହୋଇଛି । ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ବଢି ୩୧୨ ହୋଇଛି ।
ତାମିଲନାଡୁରେ ଗତ ୨୪ ଘଂଟାରେ ୧,୦୫୨ କରୋନାର ନୂଆ ମାମଲା
ଚେନ୍ନାଇ । ତାମିଲନାଡୁରେ ଗତ ୨୪ ଘଂଟାରେ ୧,୦୫୨ ନୂଆ କରୋନାର ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ୧୭ ଜଣଙ୍କର ମୃତ୍ୟୁ ଘଟିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।ଏହା ସହିତ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୮,୦୯,୦୧୪ ହୋଇଛି । ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ବଢି ୧୨,୦୧୨ ହୋଇଛି ।