-
ସମୁଦାୟ ମାମଲାର 3 ପ୍ରତିଶତରୁ ତଳକୁ ଖସିଲା ସକ୍ରିୟ ମାମଲା
-
173 ଦିନରେ ସର୍ବନିମ୍ନ; ଦୈନିକ ମାମଲା 20,000ରୁ କମ
ଭାରତର ସକ୍ରିୟ ମାମଲା ଆଜି 3 ଲକ୍ଷ (2,92,518) ତଳକୁ ଖସି ଆସିଛି । ମୋଟ ପଜିଟିଭ ମାମଲା ମଧ୍ୟରୁ ସକ୍ରିୟ ମାମଲାର ହାର 3% କମ 2.90% କୁ ହ୍ରାସ ପାଇଛି । 163 ଦିନ ପରେ ଏହା ସର୍ବନିମ୍ନ ଥିବା ଜଣାପଡିଛି । 12 ଜୁଲାଇ, 2020 ରେ ମୋଟ ସକ୍ରିୟ ମାମଲା 2,92,258 ଥିଲା ।
ଗତ 24 ଘଣ୍ଟା ମଧ୍ୟରେ ମୋଟ ସକ୍ରିୟ ମାମଲା ମଧ୍ୟରୁ 11,121 ମାମଲା ହ୍ରାସ ପାଇଥିବା ରେକର୍ଡ କରାଯାଇଛି ।
ଦୈନିକ ମାମଲା କ୍ଷେତ୍ରରେ ଭାରତ ଏକ ନୂତନ ସର୍ବନିମ୍ନ ମାଇଖୁଣ୍ଟ ହାସଲ କରିଛି । 173 ଦିନ ପରେ ଗତ 24 ଘଣ୍ଟା ମଧ୍ୟରେ 20,000 ରୁ କମ ଦୈନିକ ନୂତନ ମାମଲା (19,556) ଜାତୀୟ ସ୍ତରରେ ଚିହ୍ନଟ କରାଯାଇଛି । ଏଥିପୂର୍ବରୁ ଜୁଲାଇ 2, 2020 ରେ ଦୈନିକ ମାମଲା ସଂଖ୍ୟା 19,148 ଥିଲା ।
ପ୍ରତି 10 ଲକ୍ଷ ଜନସଂଖ୍ୟାରେ ଭାରତର ସକ୍ରିୟ ମାମଲା ସଂଖ୍ୟା 219 ଯାହାକି ବିଶ୍ୱର ସର୍ବନିମ୍ନ ସ୍ତରରେ ରହିଛି । ଆମେରିକା, ଇଟାଲୀ, ବ୍ରାଜିଲ, ତୁର୍କୀ ଏବଂ ରୁଷ ଭଳି ଦେଶଗୁଡିକରେ ସକ୍ରିୟ ମାମଲା ସଂଖ୍ୟା ବହୁତ ଅଧିକ ।
ସମୁଦାୟ ସୁସ୍ଥ ମାମଲା 96 ଲକ୍ଷ (96,36,487) ଅତିକ୍ରମ କରିଛି ଯାହା ଆରୋଗ୍ୟ ହାରକୁ 95.65 ପ୍ରତିଶତରେ ପହଞ୍ଚାଇଛି । ଆରୋଗ୍ୟ ମାମଲା ଏବଂ ସକ୍ରିୟ ମାମଲା ମଧ୍ୟରେ ବ୍ୟବଧାନ ବୃଦ୍ଧି ପାଇବାରେ ଲାଗିଛି ଏବଂ ବର୍ତ୍ତମାନ ଏହି ବ୍ୟବଧାନ 93,43,969 ରେ ସ୍ଥିର ହୋଇ ରହିଛି ।
ଗତ 24 ଘଣ୍ଟା ମଧ୍ୟରେ 30,376 ଜଣ ସଂକ୍ରମିତ ରୋଗୀ ସୁସ୍ଥ ହୋଇଛନ୍ତି । ଗତ 25 ଦିନରେ କ୍ରମାଗତ ଭାବେ ନୂତନ ଆରୋଗ୍ୟଙ୍କ ସଂଖ୍ୟା ନୂତନ ସକ୍ରିୟ ମାମଲାକୁ ଅତିକ୍ରମ କରିଆସୁଛି ।
ପ୍ରତିଦିନ ଉଚ୍ଚ ସ୍ତରୀୟ ପରୀକ୍ଷଣ, ଅଧିକ ସଂଖ୍ୟକ ସୁସ୍ଥତା ସହିତ କ୍ରମାଗତ ଭାବରେ ହ୍ରାସ ପାଉଥିବା ନୂତନ ମାମଲାଗୁଡ଼ିକ ଯୋଗୁଁ ମୃତ୍ୟୁ ହାର ନିମ୍ନଗାମୀ ହୋଇଛି ।
ନୂତନ ଆରୋଗ୍ୟ ମାମଲାର 75.31% 10 ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଥିବା ଜଣାଯାଇଛି ।
ଗୋଟିଏ ଦିନରେ ମହାରାଷ୍ଟ୍ରରୁ ସର୍ବାଧିକ 6,053 ସଂଖ୍ୟକ ରୋଗୀ ଆରୋଗ୍ୟ ଲାଭ କରିଥିବା ସୂଚନା ମିଳିଛି । ଏହାରି ପଛକୁ 4,494 ସଂଖ୍ୟକ ସୁସ୍ଥତା ସହିତ କେରଳ ରହିଛି । ସେହିପରି ପଶ୍ଚିମବଙ୍ଗରୁ ଦୈନିକ ଆଉ 2,342 ଜଣ ଆରୋଗ୍ୟ ଲାଭ କରିଥିବା ରେକର୍ଡ ହୋଇଛି ।
ନୂତନ ମାମଲାଗୁଡ଼ିକ ମଧ୍ୟରୁ 75.69 ପ୍ରତିଶତ 10 ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଛି ।
ଗତ 24 ଘଣ୍ଟା ମଧ୍ୟରେ ସର୍ବାଧିକ ଦୈନିକ ନୂତନ ମାମଲା 3,423 ସଂଖ୍ୟା ଥିବା କେରଳ ଦର୍ଶାଇଛି । ସେହିପରି ମହାରାଷ୍ଟ୍ର 2,834 ନୂତନ ମାମଲା ରେକର୍ଡ କରିଥିବାବେଳେ ଗତକାଲି ପଶ୍ଚିମବଙ୍ଗରୁ 1,515 ଟି ନୂଆ ମାମଲା ଆସିଛି ।
ଗତ 24 ଘଣ୍ଟାରେ ମୋଟ ମୃତକଙ୍କ ମଧ୍ୟରୁ 76.74 ପ୍ରତିଶତ ଅର୍ଥାତ 301 ସଂଖ୍ୟକ ମୃତ୍ୟୁ ମାମଲା 10ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ଥିବା ଜଣାପଡିଛି ।
ଦୈନିକ ମୃତ୍ୟୁ ମାମଲାର 18.27% ମହାରାଷ୍ଟ୍ରରେ ରିପୋର୍ଟ କରାଯାଇଛ । ଅର୍ଥାତ ଏଠାରେ 55 ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ପଶ୍ଚିମବଙ୍ଗ ଏବଂ କେରଳ ଯଥାକ୍ରମେ 41 ଏବଂ 27 ନୂତନ ମୃତ୍ୟୁ ସହ ଏହାର ପଛକୁ ରହିଛନ୍ତି ।