ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଆଞ୍ଚଳିକ ମହାବିଦ୍ୟାଳୟ ଠାରେ ଭାରତ ଜ୍ଞାନ ବିଜ୍ଞାନ ସମିତିର ୩୨ ତମ ସ୍ଵନକ୍ଷତ୍ର ଦିବସ ପାଳିତ ହୋଇଯାଇଛି । ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରାଧ୍ୟାପକ ଡ଼଼ଃ ଜୟ ଦେବ ଗୌଡ଼ଙ୍କ ପୌରହିତ୍ୟରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଡ଼଼ଃ ଗୌଡ଼ କୋଭିଡ-୧୯ ସମୟରେ ବି.ଜି.ଭି.ଏସ୍ କିପରି ଅନଲାଇନ୍ ସେମିନାର ଓ ବକୃତା ଅନୁଷ୍ଠିତ କରି ଜନସାଧାରଣଙ୍କୁ ସଚେତନ କରାଇଥିଲେ ସେ ବିଷୟରେ କହିବା ସହିତ ଗଞ୍ଜାମରେ ଭାରତ ଜ୍ଞାନ ବିଜ୍ଞାନ ସମିତି ଶିକ୍ଷା ଓ ସ୍ୱାସ୍ଥ୍ୟ ଉପରେ ସଚେତନତା କାର୍ଯ୍ୟକ୍ରମ କରୁଥିବାରୁ ଗଞ୍ଜାମ ଜିଲ୍ଲାର ବି.ଜି.ଭି.ଏସ୍ ସମ୍ପାଦକ ପ୍ରାଧ୍ୟାପକ ନୃସିଂହ ଚରଣ ପ୍ରଧାନଙ୍କୁ ଧନ୍ୟବାଦ ଦେଇଥିଲେ । ମୁଖ୍ୟ ଅତିଥି ଭାବେ ପ୍ରାଧ୍ୟାପକ ଲୋକନାଥ ମହାନ୍ତି ଯୋଗଦେଇ ଭାରତ ଜ୍ଞାନ ବିଜ୍ଞାନ ସମିତିର ପ୍ରତିଷ୍ଠାତା ଏମ.ପି ପରମେଶ୍ବରଙ୍କ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ କହିବା ସହିତ ଓଡ଼ିଶାରେ ବି.ଜି.ଭି.ଏସ୍ ର କାର୍ଯ୍ୟାବଳୀ ବିଷୟରେ ଆଲୋକପାତ କରିଥିଲେ । ମୁଖ୍ୟ ବକ୍ତା ଭାବେ ଅଧ୍ୟାପକ ସୁନିରକ଼ାନ୍ତ ମିଶ୍ର ଓଡିଶାରେ ସୂଚନା ଅଧିକାର ଓ ଶିକ୍ଷା ଅଧିକାର ଉପରେ ବି.ଜି.ଭି.ଏସ୍ ର କିପରି ଉଲ୍ଲେଖଯୋଗ୍ୟ କାମ କରି ପ୍ରଶଂସିତ ହୋଇଛି ତାହା ଆଲୋକପାତ କରିଥିଲେ । ସମ୍ମାନିତ ଅତିଥି ଭାବେ ଶ୍ରୀଯୁକ୍ତ ସିମାଞ୍ଚଳ ପଣ୍ଡା ଯୋଗ ଦେଇ ସାମ୍ପ୍ରତିକ ପରିସ୍ଥିତି ରେ କୋଭିଡ-୧୯ ରେ ବି.ଜି.ଭି.ଏସ୍ ର ସ୍ବେଚ୍ଛାସେବୀ ମାନେ କିପରି ସଚେତନତା ଓ ସହଯୋଗ କରିଥିଲେ ସେ ବିଷୟରେ ବକ୍ତବ୍ୟ ରଖିଥିଲେ । ବି.ଜି.ଭି.ଏସ୍ ସଭ୍ୟ ସରୋଜ କୁମାର ନାୟକ କାର୍ଯ୍ୟକ୍ରମ ପରିଚାଳନା କରିବା ସହ ନିଜର ଅନୁଭୂତି ବଖାଣିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ର ସମସ୍ତ କର୍ମଚାରୀ ଓ ବହୁ ଛାତ୍ରଛାତ୍ରୀ ଓ ସ୍ୱେଚ୍ଛାସବୀ ଯୋଗ ଦେଇଥିଲେ ।ଏହି କାର୍ଯ୍ୟକ୍ରମରେ ବିଭୂତି ଭୂଷଣ ନାୟକ, ଗୋପାଳ ନାୟକ, ଚନ୍ଦନ ବିଶ୍ଵାଳ, ଫକୀର ମୋହନ ସେନାପତି, ଅଶୋକ ବାରିକ, ଅବିନାଶ ଡାକୁଆ ଓ ନନ୍ଦନ ବିଶ୍ଵାଳ ପ୍ରମୁଖ ସହଯୋଗ କରିଥିଲେ ।