କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ
ଆଜିର ବୈଠକରେ ପ୍ରାୟ ୫୦ ଜଣ ସଦସ୍ୟ ଅଂଶ ଗ୍ରହଣ କରିଥିଲେ । ଆମ ବିଦ୍ୟାଳୟ ର ସୀମା ସୁରକ୍ଷା, ବିଦ୍ୟାଳୟ ର ଜମି ସରକାରୀ ଖାତାକୁ ଚାଲିଯିବା ଆଦି ଅନେକ ଆଲୋଚନା ହୋଇଥିଲା । ବିଶେଷ କରି ବିଦ୍ୟାଳୟ ନିମନ୍ତେ ଆସିଥିବା ସରକାରୀ ଅନୁଦାନ ଅନ୍ୟ ବିଦ୍ୟାଳୟ କୁ ଦେଇଦେବା ସୂଚନା ସମସ୍ତଙ୍କୁ ମର୍ମାହତ କରିଥିଲା। ଆଉ ସପ୍ତାହ ପରେ ବିଦ୍ୟାଳୟ କୁ ପିଲାମାନେ ପାଠ ପଢ଼ିବାକୁ ଆସିବେ । ବିଦ୍ୟାଳୟ ରେ ପିଇବା ପାଣି ଶୌଚାଳୟ ଆଦିର ସମସ୍ୟା ମଧ୍ୟ ଅଛି । କିଛି ଦୁର୍ବୃତ ଜମି ଦଖଲ କରିବା ମଧ୍ୟ ନଜରକୁ ଆସିଲା । ତେଣୁ ସମସ୍ତ ପୁରାତନ ଛାତ୍ର ଛାତ୍ରୀ ଯଦି ଆମେ ଏକାଠି ନ ହୋଇବା ତେବେ ଆଗାମୀ ଦିନରେ ବିଦ୍ୟାଳୟ ର ଅସ୍ତିତ୍ଵ ଅସୁରକ୍ଷିତ ହୋଇଯିବ ।
ଆଜି ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସରକାରଙ୍କ ନିର୍ଦ୍ଦେଶିତ ଚିଠି ଉପସ୍ଥାପନ କରି ସୂଚନା ଦେଲେ ଯେ “ମୋ ସ୍କୁଲ”ଯୋଜନା ଏବେ ପ୍ରତ୍ୟେକ ମାସରେ କାର୍ଯ୍ୟକାରୀ ହେବ। ବିଦ୍ୟାଳୟ ଉନ୍ନତି ପାଇଁ ଯେଉଁ ଯୋଜନା କରାଯିବ ତା ପାଇଁ ଏକ ତୃତୀୟାଂଶ ପାଣ୍ଠି ପୁରାତନ ଛାତ୍ର ଛାତ୍ରୀ ମାନଙ୍କର ସହଯୋଗ ରେ ସମ୍ଭବ ହେବ । ତେଣୁ ଏକ ପୁରାତନ ଛାତ୍ର ସଂସଦ ଗଠନ କରାଯାଇ ମୋ ସ୍କୁଲ ନିମନ୍ତେ ଖୋଲାଯାଇଥିବା ବ୍ୟାଙ୍କ୍ ଖାତା କୁ ଯୁଗ୍ମ ଭାବେ ପରିଚାଳନା କରିବା ପାଇଁ ପ୍ରଧାନ ଶିକ୍ଷକ ଙ୍କ ସହିତ ଜଣେ ପୁରାତନ ଛାତ୍ର ସଂସଦ ର ପ୍ରତିନିଧି (ପୁରାତନ ଛାତ୍ର ସଂସଦର କୋଷାଧ୍ୟକ୍ଷ) ରହିବେ ।
ଏହି ମର୍ମରେ ଆଜି ଏକ ପୁରାତନ ଛାତ୍ର ସଂସଦ ଗଠନ କରାଯାଇଛି ।ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଭବାନୀ ଶଙ୍କର ଦାସ ମହାପାତ୍ର ଙ୍କ ପ୍ରତ୍ୟେକ୍ଷ ପରିଚାଳନା ଓ ବରିଷ୍ଠ ପୂର୍ବତନ ଛାତ୍ର ତ୍ରିନାଥ ଦାସଙ୍କ ଅଧ୍ୟକ୍ଷତା ରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା |ପୁରାତନ ଛାତ୍ର ସଂସଦର
ଅଧ୍ୟକ୍ଷ ଡ଼ଃ ବିମଳ ମହାନ୍ତି,ସମ୍ପାଦକ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ଖୁଣ୍ଟିଆ,
କୋଷାଧ୍ୟକ୍ଷ ଶ୍ରୀ ବୈଦ୍ୟନାଥ ମହାସୁଆର,କାର୍ଯ୍ୟକାରି ସଦସ୍ୟ ଶ୍ରୀ ହରି ହର କର,କମିଟି ସଦସ୍ୟ ଶ୍ରୀ ରଘୁନାଥ ସାହୁ,ଶ୍ରୀ ରାମକୃଷ୍ଣ ହୋତା,ଶ୍ରୀ ରବିଶଙ୍କର ପ୍ରତିହାରୀ,ଶ୍ରୀ ରବି ନାରାୟଣ ଦାଶ,ଶ୍ରୀ ଅନିଋଦ୍ଧ ରାଉତ,ଶ୍ରୀ ବିଷ୍ଣୁ ଦତ୍ତ ଦାସ,ଶ୍ରୀ ସଞ୍ଜୟ କେଶରୀ ପ୍ରତିହାରୀ,ଶ୍ରୀ ବ୍ରଜ କିଶୋର ପଣ୍ଡା ଓ ଶ୍ରୀ ସୁନୀଲ ପୂଜାପଣ୍ଡା ପ୍ରମୁଖ ମନୋନୀତ ହୋଇଥିଲେ । “ମୋ ସ୍କୁଲ”ର ଚେୟାରମ୍ୟାନ ଭାବେ ଶ୍ରୀ ଜଗନ୍ନାଥ ବସ୍ତିଆ ଙ୍କୁ ଚୟନ କରାଯାଇଛି । ଆଗାମୀ ବୈଠକ ଜାନୁଆରୀ ୯ ତାରିଖ ଦିନ ୨ ଟା ସମୟରେ ଅନୁଷ୍ଠିତ ହେବ ।ବୈଠକ କୁ ପରିଚାଳନା ରେ ସହଯୋଗ କରିଥିଲେ ବିଦ୍ୟାଳୟ ର ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ କାମଦେବ ପ୍ରଧାନ |