
କୈଳାଶ ଚନ୍ଦ୍ର ପଣ୍ଡା,
ପୁରୀ,ଆଜି ଦିନ ୧୦:୩୦ ସମୟରେ ବ୍ରହ୍ମଗିରି ବ୍ଲକ ଆମ୍ବପଡ଼ା ଗ୍ରାମ ପଞ୍ଚାୟତର ନରସିଂହପଟଣା ସ୍ଥିତ ସୁନାମୁଖୀ ନଦୀ ଉପରେ ୧୫୦୦ ହେକ୍ଟର ଚାଷଜମିକୁ ଲୁଣାପାଣି କବଳରୁ ମୁକ୍ତ କରି ଜଳସେଚ୍ଚିତ କରିବା ପାଇଁ ଏକ ବ୍ୟାରେଜ ନିର୍ମାଣ ପାଇଁ ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା ବିଭାଗୀୟ ଅଧିକାରୀ ଏବଂ ସେହି ଅଞ୍ଚଳର ଚାଷୀ ମାନଙ୍କ ସହ ଆଲୋଚନା କରିଥିଲେ । ଏହି ସମୟରେ ଉପସ୍ଥିତ ଥିଲେ ଜଳସମ୍ପଦ ବିଭାଗର ମୁଖ୍ୟ ଯନ୍ତ୍ରୀ ସୁଶାନ୍ତ କୁମାର ରଥ, ଅଧିକ୍ଷଣ ଯନ୍ତ୍ରୀ ଚିନ୍ମୟ ରଞ୍ଜନ ରାଉତ, ନିର୍ବାହୀ ଯନ୍ତ୍ରୀ ଭଗବାନ ଦାସ, ଯନ୍ତ୍ରୀ ବସନ୍ତ ଖଟେଇ ଓ ତପନ କୁମାର ମଜୁମଦାର |