ଏହି ଆଲେଖ୍ୟ ସାମଗ୍ରିକ ରୂପରେ ମାନବଜାତି ପାଇଁ ଏକ ବଡ଼ ସମ୍ପତ୍ତି ହୋଇଛି । ଆଜି, ଏହିସବୁ ପାରମ୍ପରିକ ବୌଦ୍ଧ ସାହିତ୍ୟ ଏବଂ ଶାସ୍ତ୍ରଗୁଡ଼ିକ ନିମନ୍ତେ ଏକ ପାଠାଗାର ସ୍ଥାପନ ଲାଗି ମୁଁ ପ୍ରସ୍ତାବ ରଖିବାକୁ ଚାହିଁବି । ଭାରତରେ ଏଭଳି ପ୍ରକାର ବ୍ୟବସ୍ଥା କରାଯିବାରେ ଆମେ ବେଶ ପ୍ରସନ୍ନ ହେବୁ ଏବଂ ଏଥିପାଇଁ ଉପଯୁକ୍ତ ସମ୍ବଳ ଉପଲବ୍ଧ କରାଇବୁ । ପାଠାଗାର ବିଭିନ୍ନ ଦେଶର ଏଭଳି ସମସ୍ତ ବୌଦ୍ଧ ସାହିତ୍ୟର ଡିଜିଟାଲ ନକଲଗୁଡ଼ିକୁ ସଂଗ୍ରହ କରି ରଖିବ । ଏହାପରେ ଏଗୁଡ଼ିକୁ ଅନୁବାଦ କରାଯାଇ ବୌଦ୍ଧ ଧର୍ମର ସମସ୍ତ ସାଧୁ ଏବଂ ବିଦ୍ୱାନମାନଙ୍କ ପାଇଁ ମାଗଣାରେ ଉପଲବ୍ଧ କରାଯିବ । ପାଠାଗାର କେବଳ ସାହିତ୍ୟର ଏକ ଭଣ୍ଡାର ହେବନାହିଁ ।
ଏହା ଗବେଷଣା ଓ ଆଲୋଚନା ପାଇଁ ଏକ ମଞ୍ଚ ହୋଇପାରିବ- ଲୋକଙ୍କ ମଧ୍ୟରେ, ସମାଜ ମଧ୍ୟରେ ଏବଂ ମଣିଷ ଓ ପ୍ରକୃତି ମଧ୍ୟରେ ଏକ ବାସ୍ତବ ‘ସମ୍ବାଦ’ ହୋଇପାରିବ । ସମକାଳୀନ ଆହ୍ୱାନଗୁଡ଼ିକ ବିରୋଧରେ ଆମର ଆଧୁନିକ ବିଶ୍ୱରେ ବୁଦ୍ଧଙ୍କ ବାର୍ତ୍ତା କିଭଳି ଆମକୁ ରାସ୍ତା ଦେଖାଇ ପାରିବ, ତାହା ଜାଣିବା ପାଇଁ ଅଧିକ ଗବେଷଣା କରିବାକୁ ହେବ । ଦାରିଦ୍ର୍ୟ, ଜାତିବାଦ, ଉଗ୍ରବାଦ, ଲିଙ୍ଗ ବୈଷମ୍ୟ, ଜଳବାୟୁ ପରିବର୍ତ୍ତନ ଏବଂ ଅନ୍ୟ କେତେକ ଆହ୍ୱାନର ସାମ୍ନା କରିବା ପାଇଁ ଏହା ସହାୟକ ହୋଇପାରିବ ବୋଲି ସେ କହିଛନ୍ତି ।
ଶତ୍ରୁତା ଦ୍ୱାରା କଦାପି ଶାନ୍ତି ମିଳିବ ନାହିଁ । ଅତୀତରେ, ମାନବତା ସହଯୋଗ ପରିବର୍ତ୍ତେ ସାମ୍ନାସାମ୍ନି ହେବାର ରାସ୍ତା ଆପଣାଇଥିଲେ । ସାମ୍ରାଜ୍ୟବାଦରୁ ନେଇ ବିଶ୍ୱ ଯୁଦ୍ଧ ପର୍ଯ୍ୟନ୍ତ । ଅସ୍ତ୍ରଶସ୍ତ୍ର ଦୌଡ଼ରୁ ମହାକାଶ ଦୌଡ଼ ପର୍ଯ୍ୟନ୍ତ । ଆମ ପାଖରେ କଥାବାର୍ତ୍ତା କରିବାର ସୁଯୋଗ ଥିଲା, କିନ୍ତୁ ଅନ୍ୟମାନଙ୍କୁ ତଳକୁ ଖସାଇବା ପାଇଁ ସେଥିରେ ଲକ୍ଷ୍ୟ ଥିଲା । ଏବେ, ଆସନ୍ତୁ ମିଳିମିଶି ଊଦ୍ଧ୍ୱର୍କୁ ଉଠିବା । ଭଗବାନ ବୁଦ୍ଧଙ୍କ ଉପଦେଶ ଦ୍ୱାରା ଶତ୍ରୁତା ପରିହାର କରି ସଶକ୍ତ ହେବା ପାଇଁ ଉଦ୍ୟମ କରିବା ଆବଶ୍ୟକ । ତାଙ୍କ ବାଣୀ ଆମକୁ ହୃଦୟବାନ ହେବାକୁ ପ୍ରେରଣା ଦେଉଛି । ତାହା ଆମକୁ କହୁଛି ଯେ: ଅତୀତରୁ ଶିକ୍ଷାଲାଭ କରି ଭବିଷ୍ୟତ ପାଇଁ କାର୍ଯ୍ୟ କରିଚାଲ । ଆମର ଆଗାମୀ ପିଢ଼ି ପାଇଁ ଏହା ସବୁଠୁ ବଡ଼ ସେବା ବୋଲି ସେ କହିଛନ୍ତି ।