- ଗତ 24 ଦିନ ଧରି ଦୈନିକ ଆରୋଗ୍ୟ ହାର କ୍ରମାଗତ ଭାବେ ନୂତନ ମାମଲାଠାରୁ ଅଧିକ
ଭାରତର ବର୍ତ୍ତମାନର ସକ୍ରିୟ ମାମଲା ମୋଟ ପଜିଟିଭ ମାମଲାର ମାତ୍ର 3.02 ପ୍ରତିଶତ । ନୂଆ ଆରୋଗ୍ୟଙ୍କୁ ମିଶାଇ ମୋଟ ସକ୍ରିୟ ମାମଲାରୁ 1,705ଟି ମାମଲା ହ୍ରାସ ପାଇଛି ।
ଦେଶରେ ରେକର୍ଡ ହୋଇଥିବା ଦୈନିକ ନୂତନ ଆରୋଗ୍ୟ ମାମଲା ଗତ 24 ଦିନ ଧରି ପଞ୍ଜିକୃତ ହୋଇଥିବା ଦୈନିକ ମାମଲା ଅପେକ୍ଷା ଅଧିକ । ଗତ 24 ଘଣ୍ଟା ମଧ୍ୟରେ ଦୈନିକ ନୂତନ ସଂକ୍ରାମକ ମାମଲା ସଂଖ୍ୟା ହେଉଛି 24,337 । ଏହି ଅବଧି ମଧ୍ୟରେ 25,709 ସଂଖ୍ୟକ ସଂକ୍ରମିତ ଆରୋଗ୍ୟ ଏବଂ ଡିସଚାର୍ଜ ହୋଇଛନ୍ତି ।
ଆରୋଗ୍ୟ ମାମଲା ବୃଦ୍ଧି ପାଉଥିବାରୁ ଆଜି ସୁସ୍ଥତା ହାର 95.53%କୁ ଉନ୍ନୀତ ହୋଇଛି ।
ମୋଟ ଆରୋଗ୍ୟ ମାମଲା ଆଜି 96,06,111ରେ ପହଞ୍ଚିଛି । ଏହା ବିଶ୍ଵ ସ୍ତରରେ ସର୍ବୋଚ୍ଚ ଅଟେ । ଆରୋଗ୍ୟ ମାମଲା ଏବଂ ସକ୍ରିୟ ମାମଲା ମଧ୍ୟରେ ବ୍ୟବଧାନ ଦ୍ରୁତ ଗତିରେ ବୃଦ୍ଧି ପାଉଛି ଏବଂ ବର୍ତ୍ତମାନ ଏହା 93,02,472ରେ ରହିଛି ।
ନୂତନ ସୁସ୍ଥତା ମାମଲାଗୁଡ଼ିକର 71.61% 10ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ହୋଇଥିବା ପରିଲକ୍ଷିତ ହୋଇଛି ।
4,471 ନୂତନ ଆରୋଗ୍ୟ ମାମଲା ସହିତ କେରଳ ଦିନର ସର୍ବାଧିକ ସୁସ୍ଥତା ଥିବା ରିପୋର୍ଟ କରିଛି । ସେହିପରି ପଶ୍ଚିମବଙ୍ଗରେ 2,627 ଲୋକ ଆରୋଗ୍ୟ ହୋଇଥିବା ବେଳେ ଏହାରି ପଛକୁ ମହାରାଷ୍ଟ୍ରରୁ 2,064 ଲୋକ ସୁସ୍ଥ ହୋଇଛନ୍ତି ।
ନୂତନ ମାମଲାଗୁଡ଼ିକ ମଧ୍ୟରୁ 79.20% 10 ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଛି ।
କେରଳରେ ଦୈନିକ ସର୍ବାଧିକ 5,711 ନୂତନ ମାମଲା ଚିହ୍ନଟ କରାଯାଇଛି । ଏହା ପଛକୁ ମହାରାଷ୍ଟ୍ରରେ 3,811ଟି ନୂଆ ମାମଲା ରହିଛି । ସେହିପରି ପଶ୍ଚିମବଙ୍ଗରୁ ମଧ୍ୟ 1,978ଟି ନୂଆ ମାମଲା ଚିହ୍ନଟ ହୋଇଥିବା ସୂଚନା ମିଳିଛି ।
ଗତ 24 ଘଣ୍ଟା ମଧ୍ୟରେ 333 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।
ନୂତନ ମୃତ୍ୟୁ ମାମଲା ମଧ୍ୟରୁ 81.38 ପ୍ରତିଶତ 10ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ହୋଇଥିବା ଜଣାଯାଇଛି । ମହାରାଷ୍ଟ୍ରରୁ 98 ଜଣଙ୍କର ମୃତ୍ୟୁ ହୋଇଥିବା ଦେଖାଦେଇଛି । ସେହିପରି ପଶ୍ଚିମବଙ୍ଗ ଏବଂ କେରଳରୁ ଯଥାକ୍ରମେ 40 ଏବଂ 30 ଜଣଙ୍କର ମୃତ୍ୟୁ ଘଟିଛି ।
ଭାରତରେ ପ୍ରତି ନିୟୁତ ଜନସଂଖ୍ୟାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 105.7 ରହିଛି, ଯାହାକି ବିଶ୍ଵସ୍ତରରେ ସର୍ବନିମ୍ନ ।
ଲକ୍ଷ୍ୟଭିତ୍ତିକ ପରୀକ୍ଷଣ, ସଅଳ ଚିହ୍ନଟ, ସମୟୋଚିତ ସଙ୍ଗରୋଧ ଏବଂ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରିବା ସହିତ ଗୁଣାତ୍ମକ ଚିକିତ୍ସା ପ୍ରତି ଦୃଷ୍ଟି ଦେବା ଭଳି ପଦକ୍ଷେପ ଦ୍ଵାରା ଦୈନିକ ମୃତ୍ୟୁହାର 400ରୁ କମ ରହିଛି ।