
ସାଧାରଣ ସଭାରେ ଯୋଗ ଦେବା ସହ ରୋଡ୍ ସୋ କରିବେ ।
ଭୁବନେଶ୍ୱର – ଆସନ୍ତାକାଲି ବିଜେପୁର ଉପନିର୍ବାଚନ ପ୍ରଚାର ପାଇଁ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ, ଷ୍ଟିଲ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡିଶା ଗସ୍ତରେ ଆସିବେ ।
ଶ୍ରୀ ପ୍ରଧାନ ସକାଳ ୧୧ଟାରେ ବରଗଡ ଜିଲ୍ଲା ଗାଇସିଲଟ ବ୍ଲକ ତଳପାଲିଠାରେ ପହଂଚି ଏକ ସାଧାରଣ ସଭାରେ ଯୋଗଦେବା ପରେ ଅପରାହ୍ନ ୧ଟାରେ ବିଜେପୁର ବ୍ଲକ ଲାଉମୁଣ୍ଡାଠାରେ ବିଜେପି ପ୍ରାର୍ଥୀ ସନତ ଗଡତିଆଙ୍କ ସହ ରୋଡ ସୋ ରେ ସାମିଲ ହେବେ । ରୋଡ ସୋ ମାଧ୍ୟମରେ ସେ ବିଜେପୁରବାସୀଙ୍କୁ ସନତଙ୍କ ପାଇଁ ଭୋଟ ମାଗିବେ । ଏହି ରୋଡ ସୋ ବିଜେପୁର ଏବଂ ବରପାଲି ବ୍ଲକର ପଥରଲା, ସାଇପାଲି, ମହୁଲପାଲି, ମହୁଲପାଲି ଛକ, ମାମା ଛକ, ଖରମୁଣ୍ଡା, ବୈରଖପାଲି ପର୍ଯ୍ୟନ୍ତ ଚାଲିବ ବୋଲି ରାଜ୍ୟ ବିଜେପି ଗଣମାଧ୍ୟମ ବିଭାଗ ମୁଖ୍ୟ ଓ ରାଜ୍ୟ ମୁଖପାତ୍ର ଶ୍ରୀ ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି ।
ସେହିପରି ଅପରାହ୍ନ ୪ ଟାରେ ବରପାଲି ବ୍ଲକ ଅଗଲପୁରଠାରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏକ ସାଧାରଣ ସଭାରେ ଯୋଗ ଦେଇ ଜନମାନସଙ୍କୁ ସମ୍ବୋଧିତ କରିବେ ।