ପୁରୀ,ପୁରୀ ସହର ତଥା ଜିଲ୍ଲାର ଅଟୋ ଚାଳକ ମାନେ ଆର୍ଥିକ ଅନାଟନରେ ଥିବାବେଳେ ଆର୍ଥିକ ସହାୟତା ପ୍ରଦାନ ଓ ଅଟୋ ରଣ ଛାଡ କରିବା ନିମନ୍ତେ ଜିଲ୍ଲାପାଳ ଜରିଆରେ ଓଡିଶା ର ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି |
ପୁରୀଧାମ ଅଟୋଷ୍ଟଳକ ମହାସଂଘର କର୍ମକର୍ତ୍ତା ମାନେ କହିଛନ୍ତି ଯେ ପୁରୀ ସହର ଏକ ପର୍ଯ୍ୟଟନସ୍ଥଳ ହୋଇଥିବା ବେଳେ ଆମ୍ଭେମାନେ ଅଟୋ ଚାଳକ ପୁରୀକୁ ଆସୁଥିବା ପର୍ଯ୍ୟଟକମାନଙ୍କ ଉପରେ ନିର୍ଭର କରି ଆମ୍ଭର ପରିବାର ଭରଣ ପୋଷଣ କରିବା ସହିତ ସରକାରୀ ଓ ଘରୋଇ ବ୍ୟାଙ୍କରୁ ଋଣଆଣି ଅଟୋ କରିଥିବାରୁ ତାହାର ମଧ୍ୟ କିସ୍ତି ପରିଷୋଧ କରିଥାଉ । କିନ୍ତୁ ଦୁର୍ଭାଗ୍ୟର କଥା କରୋନା (COVID-19)କାରଣରୁ ସାରାଜଗତ ଲକଡାଉନ, ସର୍ଟଡାଉନ ହେବା ଫଳରେ ଆମ୍ଭର ଅଟୋ ଚଲାଇ ଆୟ କରିବାସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି । ଏପରିକି ଦେଶ ତଥା ରାଜ୍ୟର ଅନ୍ୟତ୍ର କିଛି ଅଟୋ ଚଳାଚଳ କରୁଥିଲେ ମଧ୍ୟ ପୁରୀ ଏକ ପର୍ଯ୍ୟଟନ କ୍ଷେତ୍ର ହୋଇଥିବାରୁ ଏବଂ ବର୍ତ୍ତମାନ ସୁଧା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିର ପର୍ଯ୍ୟଟକଙ୍କ ନିମନ୍ତେ ବନ୍ଦ ଥିବାରୁ ପୁରୀକୁ ପ୍ରାୟତଃ ପର୍ଯ୍ୟଟକ ଆସୁନାହାଁନ୍ତି । ଯାହାଫଳରେ ଆମ ପୁରୀ ସହରକୁ ପର୍ଯ୍ୟଟକ ଆସୁନାହାଁନ୍ତି । ଯାହାଫଳରେ ଆମେ ପୁରୀ ସହରରେ ପର୍ଯ୍ୟଟକ ମାନଙ୍କ ଉପରେ ନିର୍ଭର କରୁଥିବାରୁ ଆମର ପରିବାର ପ୍ରତିପୋଷଣ କରିପାରିନାହୁଁ କିମ୍ବା ରଣ କରିଥିବା ଅଟୋଗୁଡିକର କିସ୍ତି ପ୍ରଦାନ କରିବା ସମ୍ଭବ ହୋଇପାରୁନାହିଁ । ଯାହାଫଳରେ ଘରୋଇ ବ୍ୟାଙ୍କ ଗୁଡିକର ଋଣ ଆଦାୟ ନିମନ୍ତେ ଯୁଲମ ହେଉଛି । ଗରିବ ଅଟୋଟଳକମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଯିବା ସହିତ କରୋନା ସମୟରେ ରଣର କିସ୍ତି ଏବଂ ସୁଧ ଟଙ୍କା ଛାଡ କରାଯାଉ ବୋଲି ପୁରୀଧାମ ଅଟୋଷ୍ଟଳକ ମହାସଂଘ ତରଫରୁ ସମ୍ପାଦକ ବସନ୍ତ ରାଉତ ଏବଂ କର୍ମକର୍ତ୍ତା ଅନୁରୋଧ କରିଛନ୍ତି ।
Related Stories
November 24, 2024