-
ଜାନୁୟାରୀ ୭ ରୁ ଗୋବିନ୍ଦ ଗୋଧାମ ଗୋଶାଳାରେ ରାଷ୍ଟ୍ରୀୟ ରାମାୟଣ ମହୋତ୍ସବ,
-
ପୁନଃଶ୍ଚରଣ ଗାୟତ୍ରୀ ମନ୍ତ୍ର ପୂର୍ବକ ୨୫ ଲକ୍ଷ ଆହୁତି ପ୍ରଦାନ କରାଯିବ,
ପୁରୀ,ରାଷ୍ଟ୍ରୀୟ ରାମାୟଣ ମହୋତ୍ସବ ନିମନ୍ତେ ଆଜି ଭୂମି ପୂଜନ ପଣ୍ଡିତ ବିଷ୍ଣୁଚରଣ ପଣ୍ଡାଜୀ ମହାରାଜ ଙ୍କ ତତ୍ୱାବଧାନରେ କରାଯିବା ସହିତ ଆଜି ଜନ୍ମ ଗ୍ରହଣ କରିଥିବା ଗାଈ ର ବାଛୁରୀ ର ନାମ ପାର୍ବତୀ ରଖାଯାଇଛି |ବ୍ରହ୍ମଗିରି ରୋଡ ଗୋରୁଆଳ ପଞ୍ଚାୟତ ଆଳିପଡ଼ା ଠାରେ ଶ୍ରୀରାମ ସୁନ୍ଦରକାଣ୍ଡ ଚାରିଟେବଲ ଟ୍ରଷ୍ଟ ଦ୍ୱାରା ପରିଚାଳିତ ଗୋବିନ୍ଦ ଗୋଧାମ ଗୋଶାଳା ପରିସରରେ ପ୍ରତିବର୍ଷ ଭଳି ଆସନ୍ତା ବର୍ଷ ୨୦୨୧ ମସିହା ଜାନୁୟାରୀ ୭ ଠାରୁ ୧୫ ଜାନୁୟାରୀ ପର୍ଯ୍ୟନ୍ତ ରାଷ୍ଟ୍ରୀୟ ରାମାୟଣ ମହୋତ୍ସବ ପାଳନ କରାଯିବା ସହିତ ପରମପୁଜ୍ୟ ମହର୍ଷି ମହେଶ ଯୋଗୀଙ୍କ ୧୦୨ ତମ ଜନ୍ମ ବାର୍ଷିକ ଉତ୍ସବ ୧୨ ଜାନୁୟାରୀ ରେ ପାଳନ କରାଯିବ |ଏହି ଉତ୍ସବରେ ସଙ୍ଗୀତମୟ ରାମଚରିତ ମାନସ ନବାହ୍ନ ପାରାୟଣ, ହୋମଯଜ୍ଞ, ଗୋମାତା ପୂଜନ, ନାମ ସଂକୀର୍ତନ ପୂର୍ବକ ଏହି ଉତ୍ସବ ପାଳନ କରାଯିବ | ରାଷ୍ଟ୍ର ହିତ ଏବଂ ବିଶ୍ୱରୁ କରୋନା ମୁକ୍ତ ସହିତ ରାଷ୍ଟ୍ର ଏବଂ ଦେଶବାସୀଙ୍କ କଲ୍ୟାଣ ନିମନ୍ତେ ଏହି ଯଜ୍ଞ ଅନୁଷ୍ଠିତ ହେଉଛି |
ଯଜ୍ଞ ରେ ଆନ୍ଧ୍ରପ୍ରଦେଶ ରାଜ୍ୟରୁ ବ୍ରହ୍ମଋଷି ଅଗ୍ନି ପୁରୋଧା ଭାବେ ଯୋଗଦାନ କରି ପୁନଃଶ୍ଚରଣ ଗାୟତ୍ରୀ ମନ୍ତ୍ର ପୂର୍ବକ ୨୫ ଲକ୍ଷ ଆହୁତି ପ୍ରଦାନ କରିବେ |ତେଲେଙ୍ଗାନା ରାଜ୍ୟର ନିଜାମାବାଦର ଅନ୍ତରାଷ୍ଟ୍ରୀୟ ଖ୍ୟାତିନାମା ରାମାୟଣ ପ୍ରଚାରକ ସାରଡ଼ା ବନ୍ଧୁ ସୁରେଶ ସାରଡ଼ା ଏବଂ ଶରତ ସାରଡ଼ା ବ୍ୟାସ ଭାବେ ଯୋଗଦାନ କରି ରାମାୟଣ ପାଠ କରିବେ |ପୁନଃଶ୍ଚରଣ ଗାୟତ୍ରୀ ମନ୍ତ୍ର ପୂର୍ବକ ୨୫ ଲକ୍ଷ ଆହୁତି ପ୍ରଦାନ କରିବେ |କାର୍ଯ୍ୟକ୍ରମ ରେ ଦେଶର ବିଭିନ୍ନ ରାଜ୍ୟରୁ ଜଗତଗୁରୁ,ମହାମଣ୍ଡଳେଶ୍ୱର, ମଠାଧୀଶ, ସନ୍ୟାସୀ ଓ ଗୋଭକ୍ତ, ଶ୍ରଦ୍ଧାଳୁ ମାନେ ଯୋଗଦାନ କରିବେ |ମୁଖ୍ୟ ମାର୍ଗଦର୍ଶକ ଭାବେ ଉତ୍ତରାଖଣ୍ଡ ରାଜ୍ୟ ବଦ୍ରୀନାଥ ଧାମର ୧୦୦୮ ମହାମଣ୍ଡଳେଶ୍ୱର ସନ୍ଥଶ୍ରୀ ବାଲକ ଯୋଗେଶ୍ୱର ଜାସଜୀ ମହାରାଜ ଯୋଗଦାନ କରିବେ |ଏହି ରାଷ୍ଟ୍ରୀୟ ମହୋତ୍ସବ ଉତ୍କଳ ପୀଠାଧିଶ୍ୱର ଜଗତଗୁରୁ ରାମାନନ୍ଦାଚାର୍ଯ୍ୟ ସ୍ୱାମୀ ଅରୂପାନନ୍ଦ ଜୀ ମହାରାଜ ଉଦଘାଟନ କରିବେ କାର୍ଯ୍ୟକ୍ରମ ସ୍ଥିର କରାଯାଇଛି ବୋଲି ଟ୍ରଷ୍ଟର ପ୍ରବକ୍ତା ସାମ୍ବାଦିକ ବିଷ୍ଣୁଦତ୍ତ ଦାସ ମୁଖପାତ୍ର ସୂଚନା ପ୍ରଦାନ କରିଛନ୍ତି | କୋଭିଡ-୧୯ ର ସମସ୍ତ ନିୟମ ଏହି ରାଷ୍ଟ୍ରୀୟ ମହୋତ୍ସବରେ ପାଳନ କରାଯିବ |