
ପୁରୀ,ଜିଲ୍ଲା ପ୍ରଶାସନ ଏବଂ ଶ୍ରୀମନ୍ଦିର ପରିଚାଳନା କମିଟିର ମିଳିତ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି |ଏହି ବୈଠକ ର ନିଷ୍ପତ୍ତି ପରେ ଜିଲ୍ଲାପାଳ କହିଛନ୍ତି ଯେ କରୋନା ସଂକ୍ରମଣ କୁ ଦୃଷ୍ଟିରେ ରଖି ଆସନ୍ତା ଡିସେମ୍ବର ୨୩,୨୪,୨୫ ରିଖ ତିନି ଦିନ ଧରି ଶ୍ରୀମନ୍ଦିର ସେବାୟତଙ୍କ ପରିବାର ସଦସ୍ୟ ମାନେ ମହାପ୍ରଭୁଙ୍କ ଦର୍ଶନ କରିବେ |୨୬ ଡିସେମ୍ବର ପରଠାରୁ ୩୧ ଡିସେମ୍ବର ସନ୍ଧ୍ୟା ୭ ଘଂଟିକା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ ପୁରୀ ସହରବାସୀ କରିପାରିବେ |
୩ ଜାନୁୟାରୀ ୨୦୨୧ ମସିହା ପରଠାରୁ କରୋନା ନେଗେଟିଭ ରିପୋର୍ଟ ସହିତ ସର୍ବସାଧାରଣ ମହାପ୍ରଭୁ ଙ୍କ ଦର୍ଶନ କରିପାରିବେ |ପୁରୀ ସହରବାସୀ ଦର୍ଶନ କରିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ପ୍ରତି ୱାର୍ଡର ଲୋକଙ୍କୁ ଆଶାକର୍ମୀ କିମ୍ବା ମୁନିସିପାଲିଟି କର୍ମଚାରୀଙ୍କ ସହଯୋଗରେ ଦର୍ଶନ ତାରିଖର ୨ ଦିନ ପୂର୍ବରୁ ଏହି ଟୋକାନ ବଣ୍ଟାଯିବ | ଦର୍ଶନ ପାଇଁ ୪ ଘଣ୍ଟାର ସମୟ ସୀମା ଧର୍ଯ୍ୟ କରାଯାଇଛି |ତାରିଖ ଏବଂ ସମୟ ଅନୁସାରେ ସମସ୍ତ ସହରବାସୀ ୱାର୍ଡ ଅନୁଯାଇ ନିଜର ପରିଚୟ ପତ୍ର ନେଇ ଦର୍ଶନ କରିପାରିବେ |କେଉଁ ୱାର୍ଡ ବାସିନ୍ଦା କେଉଁ ଦିନ ଯାଇ ଦର୍ଶନ କରିପାରିବେ ଏହାର ସବିଶେଷ ବିବରଣୀ ପ୍ରଶାସନ ତରଫରୁ ଆସନ୍ତା କାଲି ପ୍ରକାଶ କରାଯିବ |ଏହି ସମସ୍ତ ନିୟମ ମାନିଵା ଓ ଜିଲ୍ଲା ପ୍ରଶସନ କୁ ସହଯୋଗ କରି ଆଉ ଏକ ଉଦାହରଣ ସୃଷ୍ଟି କରିବା ପାଇଁ ଜିଲ୍ଲାପାଳ ବଲୱନ୍ତ ସିଂ ଗଣମାଧ୍ୟମ ଜରିଆରେ ପୁରୀ ସହରବାସୀଙ୍କୁ ଅନୁରୋଧ କରିଛନ୍ତି |