-
ଅଫ୍ ଲାଇନ୍ ମାଧ୍ୟମରେ ପରୀକ୍ଷା ନେଇ ବିଶ୍ଵବିଦ୍ୟାଳୟର ବିଜ୍ଞପ୍ତି ପ୍ରକାଶ
-
ଦାବି ପୂରଣ ନହେଲେ ଆନ୍ଦୋଳନରେ ବସିବେ ଛାତ୍ରଛାତ୍ରୀ
ବିସିଜେଡି ଜିଲ୍ଲା ସଭାପତି ସିମନ ଦାସ ମହାପାତ୍ର ଓ ଛାତ୍ରନେତା ହରେକୃଷ୍ଣ ପ୍ରଧାନଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ସମସ୍ୟାର ସମାଧାନ ପାଇଁ ଇଂ ଜେନା ଏବଂ ଶ୍ରୀ ଦାସ ବିଭାଗୀୟ ଅଧିକାରୀଙ୍କ ସହ ଫୋନ ଯୋଗେ ଆଲୋଚନା କରିଥିବା ପ୍ରକାଶ। ତେବେ ସୋମବାର ସୁଦ୍ଧା କର୍ତ୍ତୃପକ୍ଷ ଯଦି ପିଲାଙ୍କ ସମସ୍ୟାର ସମାଧାନ ପାଇଁ ଧ୍ୟାନ ନଦିଅନ୍ତି, ତେବେ ଛାତ୍ରଛାତ୍ରୀମାନେ ବିଶ୍ଵବିଦ୍ୟାଳୟ ସାମ୍ନାରେ ଆନ୍ଦୋଳନରେ ବସିବେ ବୋଲି ଚେତାବନୀ ଦେଇଛନ୍ତି ।
ପ୍ରକାଶ ଥାଉକି, କୋଭିଦ୍-୧୯ ସମୟରେ ଅଫ୍-ଲାଇନ୍ ପରୀକ୍ଷା ପାଇଁ ଅଧିକ ପିଲା ଏକତ୍ରିତ ହେଲେ, ସଂକ୍ରମଣର ଭୟ ରହିଥାଏ । ସେହିପରି ରାଜ୍ୟର ବିଭିନ୍ନ ସ୍ଥାନରୁ ଛାତ୍ରଛାତ୍ରୀମାନେ ପଢୁଥିବାରୁ ସେମାନଙ୍କ ପାଇଁ ରହିବା ପାଇଁ ସୁବିଧା ମଧ୍ୟ ନାହିଁ । କଲେଜରେ ଛାତ୍ରୀ ନିବାସ ନଥିବା ବେଳେ ସମସ୍ତ ଘରୋଇ ମେସ୍ ମଧ୍ୟ ବନ୍ଦ ରହିଛି । ଅନ୍ୟପକ୍ଷରେ ୟୁଜିସି ଗାଇଡ ଲାଇନ ଅନୁସାରେ ପରୀକ୍ଷାଫଳ ୩୧.୧୨.୨୦ ସୁଦ୍ଧା ପ୍ରକାଶ କରିବାକୁ ନିର୍ଦ୍ଦେଶ ରହିଥିବା ବେଳେ ଜାନୁୟାରୀ ରେ ପରୀକ୍ଷା କରିବାକୁ ବିଶ୍ଵବିଦ୍ୟାଳୟ ନିଷ୍ପତ୍ତି ନେଇଛି । ଛାତ୍ର ବୃତ୍ତି ପାଇଁ ଜାନୁଆରୀ ୧୫ ଶେଷ ତାରିଖ ରହିଥିବା ବେଳେ, ଏବେ ପର୍ଯ୍ୟନ୍ତ ପରୀକ୍ଷା ହୋଇନି କି ଫଳ ଆସିନି । ସମସ୍ୟାର ସମାଧାନ ନିମନ୍ତେ ଛାତ୍ରଛାତ୍ରୀମାନେ ଅନୁରୋଧ କରିଛନ୍ତି ।
ଦୁଇ ବିଏଡ଼ କଲେଜରୁ ଛାତ୍ରଛାତ୍ରୀ ଏବଂ ଛାତ୍ର ପ୍ରତିନିଧିଙ୍କ ମଧ୍ୟରେ ମୃତ୍ୟୁଞ୍ଜୟ ରାଉତ, ବିକ୍ରମ କେଶରୀ ପାଳ, ଅଶୋକ କୁମାର ସାମଲ, ଅନିତା ବେହେରା, ଗୋବିନ୍ଦ ସାହୁ, ଉମେଶ ତ୍ରିପାଠୀ, ପ୍ରତୀକ କୁମାର ଖୁଣ୍ଟିଆ, ଆଶିଷ କୁମାର ମଣ୍ଡଳ, ତନ୍ମୟ କୁମାର ପ୍ରଧାନ, ସୁଦୀପ୍ତ ଦାସ, ରତିକାନ୍ତ ବାରିକ, ଦେବାଶିଷ ଓଝା, ଅଜୟ ଦାସ ପ୍ରମୁଖ ଏହାର ନେତୃତ୍ୱ ନେଇଥଲେ ।