ଏହା ପୂର୍ବରୁ ରବିବାର ସଂଧ୍ୟାରେ ରାଜ୍ୟରେ ଶିଶୁ ଅପରହଣ, ହତ୍ୟା ଓ ଦୁଷ୍କର୍ମ ପ୍ରସଙ୍ଗରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ପକ୍ଷରୁ ସଭାପତି ଶ୍ରୀ ବିଶ୍ୱଜିତ୍ ଦାଶଙ୍କ ନେତୃତ୍ୱରେ ଏକ ମଶାଲ ଶୋଭାଯାତ୍ରା ରବିବାର ସଂଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରୁ ଏହି ଶୋଭାଯାତ୍ରା ବାହାରି ମାଷ୍ଟରକ୍ୟାଂଟିନ ଛକରେ ପହଂଚିବା ପରେ ବିକ୍ଷୋଭ ପ୍ରଦର୍ଶନ କରଯାଇଥିଲା । ଆଜି ଦିନ ୧୦.୩୦ ଘଟିକା ଠାରୁ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ପୋଲିସ କମିଶନର କାର୍ଯ୍ୟାଳୟର ପଛପଟ ଗେଟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଭାବେ ଧାରଣା ଦିଆଯିବବୋଲି ଶ୍ରୀ ଦାଶ ସୂଚନା ଦେଇଥିଲେ ।
ଏହି ଅବସରରେ ଶ୍ରୀ ଦାଶ କହିଥିଲେ ଯେ ରାଜ୍ୟରେ ଦିନକୁ ପ୍ରାୟ ୧୧ ଜଣ ଶିଶୁ ନିଖୋଜ ହେଉଛନ୍ତି । ବର୍ଷକୁ ପ୍ରାୟ ୪୩୧୫ ଜଣ ଶିଶୁଙ୍କର ଅପହରଣ ହେଉଛି । ୨୦୧୬ ସେପ୍ଟେମ୍ବର ଠାରୁ ଆଜିଯାଏଁ ରାଜ୍ୟରେ ପ୍ରାୟ ୭୦୦୦ ନାବାଳକ ଓ ନାବାଳିକା ନିଖୋଜ ହୋଇଛନ୍ତି ବୋଲି ସରକାରୀ ସୂତ୍ର କହୁଛି । ଏଥିରୁ ପ୍ରାୟ ୫୦୫୦ ଜଣ ହେଉଛନ୍ତି କେବଳ ନାବାଳିକା । ପରୀ, ସ୍ୱାତୀ, ପିହୁ, ଆୟୁଷ ପରି କୁନିକୁନି ଶିଶୁକନ୍ୟା ଓ ଶିଶୁପୁତ୍ରଙ୍କୁ ଅପହରଣ ଓ ସ୍ଥଳବିଶେଷରେ ଦୁଷ୍କର୍ମ ଏବଂ ହତ୍ୟା ଘଟଣା ରାଜ୍ୟରେ ସାଧାରଣ ଜନତାଙ୍କ ମନରେ ଭୟ ସୃଷ୍ଟି କରିଛି । ଏ ରାଜ୍ୟକୁ ଦୀର୍ଘ ୨୧ ବର୍ଷ ଧରି ଶାସନ କରୁଥିବା ବିଜୁ ଜନତା ଦଳର ସରକାର ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଛନ୍ତି ।
ମୁଖ୍ୟମନ୍ତ୍ରୀ କୁମ୍ଭକର୍ଣ୍ଣ ନିଦ୍ରାରୁ ଉଠି ଜାଗତ୍ର ହୁଅନ୍ତୁ । ସବୁ ଜାଣି କିଛି ନଜାଣିବାର ଭୂମିକା କରିବାର ନିବୃତ ରୁହନ୍ତୁ । ସାଧାରଣ ଜନତାଙ୍କୁ ସୁରକ୍ଷା ଦିଅନ୍ତୁ । ଏହି କାର୍ଯ୍ୟକ୍ରମରେ ଯୋଗୀନାଥ ବାହୁବଳେନ୍ଦ୍ର, ସୁବ୍ରତ ମହାପାତ୍ର, ଲିଙ୍ଗରାଜ ସାହୁ, ଅଜୟ ସାହୁ, କାର୍ତିକେସ୍ୱର କାଣ୍ଡି, ନିହାର ରଞ୍ଜନ ପରିଜା, ବାପିନା କୁଣ୍ଡୁ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।