ଆଜି ଚିହ୍ନଟ ହୋଇଥିବା ୩୬୩ ଜଣଙ୍କ ମଧ୍ୟରୁ ୨୦୮ ଜଣ ସଂଗରୋଧରୁ ହୋଇଥିବା ବେଳେ ୧୫୫ ଜଣ ସ୍ଥାନୀୟ ଲୋକରହିଛନ୍ତି ।
ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲାୁ ଅଧିକ ୫୦ କରୋନା ସଂକ୍ରମିତ ହୋଇଥିବା ଜଣା ପଡିଛି ।
ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ସୋମବାର ଖୋର୍ଦ୍ଧା ଓ ସୁନ୍ଦରଗଡ ଜିଲ୍ଲାରୁ ସର୍ବାଧିକ ୫୦ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ବ୍ୟତୀତ ଅନୁଗୁଳ ଜିଲ୍ଲାରୁ ୨୩ଜଣ କରୋନା ସଂକ୍ରମିତ ହୋଇଥିବା ବେଳେ ବାଲେଶ୍ୱରରୁ ୨୦ ଜଣ, ବରଗଡ଼ରୁ ୧୧ ଜଣ, ଭଦ୍ରକରୁ ୭, ବଲାଙ୍ଗୀରରୁ ୮ ଜଣ ସଂକ୍ରମିତ ହୋଇଥିବା ଜଣା ପଡିଛି ।
‘ସେହିପରି ବୌଦ୍ଧ ଜିଲ୍ଲାରୁ ୩ଜଣ, କଟକରୁ ୨୨ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଢେଙ୍କାନାଳରୁ ୧ ଜଣ , ଗଜପତିରୁ ଜିଲ୍ଲାରୁ ୧ଜଣ, ଗଞ୍ଜାମରୁ ୫ ଜଣ, ଜଗତ୍ସିଂହପୁରରୁ ୧ ଜଣ, ଯାଜପୁରରୁ ୧୩ ଜଣ, ଝାରସୁଗୁଡ଼ାରୁ ୧୨ ଜଣ, କଳାହାଣ୍ଡିରୁ ୭ ଜଣ ଚିହ୍ନଟ ହୋଇଥିବା ବେଳେ କନ୍ଧମାଳର ଜିଲ୍ଲାରୁ କେହି ହେଲେ ସଂକ୍ରମିତ ହୋଇ ନାହାନ୍ତି । କେନ୍ଦ୍ରାପଡ଼ାରୁ ୧୦ ଜଣ, କେନ୍ଦୁଝରରୁ ୧୨ ଜଣ, କୋରାପୁଟରୁ ୧, ମାଲକାନଗିରିରୁ ୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ମୟୂରଭଞ୍ଜରୁ ୧୭ ଜଣ ସଂକ୍ରମିତ ହୋଇଥିବା ବେଳେ ନବରଙ୍ଗପୁରରୁ ୩ , ନୟାଗଡ ଜିଲ୍ଲାରୁ ୨ ଜଣ, ନୂଆପଡ଼ାରୁ ୭ ଜଣ, ପୁରୀରୁ ୨୭ ଜଣ ଚିହ୍ନଟ ହୋଇଥିବାବେଳେ , ସମ୍ବଲପୁରରୁ ୩୫ ଜଣ ଜଣ ଚିହ୍ନଟ ହୋଇଥିବା ବେଳେ ସୋନପୁରରୁ ଜଣେ ଓ ଷ୍ଟେଟ୍ପୁଲ୍ରୁ୧୨ ଜଣ ଚିହ୍ନଟ ହୋଇଛନ୍ତି ।