
ଭୁବନେଶ୍ୱର– ପରୀ ହତ୍ୟା କାଣ୍ଡ, ଶିଶୁ ଚୋରି ଓ ନାବାଳିକା ଦୁଷ୍କର୍ମ ପ୍ରତିବାଦ ରେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ରାଜ୍ୟ ସମସ୍ତ ଜିଲ୍ଲାରେ ଥିବା ଏସପି ଅଫିସ୍ ସମ୍ମୁଖରେ ଧାରଣା ଦିଆଯାଇଛି । ଏହି କ୍ରମରେ ସୋମବାର ପୂର୍ବାହ୍ନରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ପୋଲିସ କମିସନର କାର୍ଯ୍ୟାଳୟର ପଛପଟ ଗେଟ ସମ୍ମୁଖରେ ଶାନ୍ତିପୂର୍ଣ ଭାବେ ଧାରଣା ଦିଆଯାଇଛି ।
ଏହା ପୂର୍ବରୁ ଗତକାଲି (ରବିବାର) ସଂଧ୍ୟାରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ପକ୍ଷରୁ ସଭାପତି ଶ୍ରୀ ବିଶ୍ୱଜିତ୍ ଦାଶଙ୍କ ନେତୃତ୍ୱରେ ଏକ ମଶାଲ ଶୋଭାଯାତ୍ରା କଂଗ୍ରେସ କାର୍ଯ୍ୟାଳୟରୁ ଏହି ଶୋଭାଯାତ୍ରା ବାହାରି ମାଷ୍ଟରକ୍ୟାଂଟିନ ଛକରେ ପହଂଚିବା ପରେ ବିକ୍ଷୋଭ ପ୍ରଦର୍ଶନ କରଯାଇଥିଲା ।