
ଢ଼େଙ୍କାନାଳ– ଏଟିଏମରୁ ୨୬ ଲକ୍ଷ ୫୬ ହଜାର ଟଙ୍କା ଲୁଟ୍ ଘଟଣାରେ ୪ ଜଣଙ୍କୁ ଗିରଫ କରିଛି ପୋଲିସ । ଅଭିଯୁକ୍ତ ମାନଙ୍କ ନିକଟରୁ ୨୧ ହଜାର ୫୦୦ ଟଙ୍କା, ବାଇକ୍ ଓ ମୋବାଇଲ୍ ଜବତ ହୋଇଛି । ଗତ ୧୫ ତାରିଖରେ ଏମାନେ ଜିଲ୍ଲାର ମୋଟଙ୍ଗା ଥାନା ଅଂଚଳରେ ରହିଥିବା ଏକ ଏସବିଆଇ ଏଟିଏମରୁ ଲୁଟ୍ କରିଥିଲେ । ଏଟିଏମ ଭାଙ୍ଗି ଏହି ଟଙ୍କା ଲୁଟି ଥିଲେ । ସିସିଟିଭି ଫୁଟେଜ୍ ରୁ ମିଳିଥିବା ତଥ୍ୟକୁ ଆଧାର କରି ପୋଲିସ ଏହି ୪ ଡ଼କାୟତଙ୍କୁ ଗିରଫ କରିବାରେ ସଫଳ ହୋଇଛି ।