ଜଟଣୀ – ଜଟଣୀର ବିଭିନ୍ନ ପୂଜା ମଣ୍ଡପରେ ମା’ ଦୁର୍ଗାଙ୍କ ଦଶହରା ପୂଜା ଆୟୋଜନ ହୋଇଥିବା ବେଳେ ଏହି ଅବସରରେ ବଙ୍ଗୀୟ ସଂପ୍ରଦାୟଙ୍କ ନବରାତ୍ର ଉତ୍ସବ ଆୟୋଜନ ହୋଇଥିଲା । ମଙ୍ଗଳବାର ମା’ ଦୁର୍ଗାଙ୍କ ଭସାଣି ଉତ୍ସବ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ସୂସଜ୍ଜିତ ତୋରଣ ମାଧ୍ୟମରେ ଧୁମଧାମ୍ ସହିତ ଭସାଣି ଉତ୍ସବ ଆୟୋଜନ ହୋଇଥିଲା । ସେହିପରି ଜଟଣୀରେ ରହୁଥିବା ବଙ୍ଗୀୟ ସଂପ୍ରଦାୟଙ୍କ ପକ୍ଷରୁ ନବରାତ୍ର ଅବସରରେ ମହିଳାମାନଙ୍କ ଦ୍ୱାରା ସିନ୍ଦୁର ଖେଳର ଆୟୋଜନ ହୋଇଥିଲା । ପ୍ରଥମେ ଦେବୀଙ୍କ ପୂଜାର୍ଚ୍ଚନା ପରେ ବେଙ୍ଗଲି କ୍ଲବ ଓ ପ୍ରଗତି ସାଂସ୍କୃତିକ ଚକ୍ର ପୂଜା ପେଣ୍ଡାଲରେ ବଙ୍ଗୀୟ ପରମ୍ପରା ଅନୁଯାୟୀ, ସଧବା ମହିଳାମାନେ ଦେବୀଙ୍କ ବିସର୍ଜନ ପୂର୍ବରୁ ମା’ଙ୍କୁ ସିନ୍ଦୁର ଲଗାଇଥିଲେ । ପରେ ପରେ ପରସ୍ପର ମଧ୍ୟରେ ସିନ୍ଦୁର ଲଗାଇ ସିନ୍ଦୁରଖେଳର ପରଂପରାକୁ ଚଳିତ ବର୍ଷ ଅନେକ ଯାକଜମକରେ ପାଳନ କରିଥିଲେ ।
Related Stories
November 24, 2024
November 24, 2024