କୈଳାଶଶ ଚନ୍ଦ୍ର ପଣ୍ଡା, ପୁରୀ
ରବିବାର ମାର୍ଗଶିର ଶୁକ୍ଳ ଷଷ୍ଠୀ ତିଥିରେ ଶ୍ରୀମନ୍ଦିରରେ “ଓଢଣ- ବା ପ୍ରବରଣ ଷଷ୍ଠୀ” ଅବସରରେ ଦେବ- ଦେବୀ ଙ୍କ ଘୋଡ଼ ଲାଗି ଯାତ୍ରା(ଶୀତ ବସ୍ତ୍ର- ଲାଗି) ସକାଳ ଧୂପ ପରେ ଅନୁଷ୍ଟିତ ହୋଇଅଛି । ଶ୍ରୀଜଗନ୍ନାଥ ମହାପ୍ରଭୁ ଦାରୁବ୍ରହ୍ମ ରୂପରେ ଶ୍ରୀମନ୍ଦିରରେ ବିରାଜମାନକରି ସାଧାରଣ ଦେହଧାରୀ ମନୁଷ୍ୟ ପରି ଲୀଳା ମାନ ଆଚରଣ କରୁଛନ୍ତି,। ଗ୍ରୀଷ୍ମ କାଳରେ ଶୀତଳ ଉପଚାର ନିମନ୍ତେ ଚନ୍ଦନ ଯାତ୍ରା କରିବା,ଜ୍ୟେଷ୍ଠ ପୂର୍ଣ୍ଣିମାରେ ଅତିଶୟ ସ୍ନାନ କରି ଜ୍ୱରରେ ପଡିବା,ଦଶ ମୂଳ ଔଷଧି ଖାଇ ଆରୋଗ୍ୟ ହେବା ପରେ ଚିତ ବିନୋଦନ ପାଇଁ ରଥରେ ଚଢି ଜନ୍ମ ସ୍ଥାନ ଆଡେ ବୁଲିଯିବା,ରସମୟ ବସନ୍ତ କାଳରେ ମଦନ ଉତ୍ସଵ କରିବା,ପତ୍ନୀଙ୍କ ସହ କଉଡ଼ି ଖେଳ ରେ ହାରି ବନ୍ଧା ପଡିବା,ପିତୃପୁରୁଷଙ୍କ ଉଦେଶ୍ୟରେ ଶ୍ରାଦ୍ଧ ଦେବା ,ଋତୁ ଅନୁକୂଳ ବେଶ ଧାରଣ କରିବା ପ୍ରଭୃତି ,ମହାପ୍ରଭୁଙ୍କ ର ମାନବୀୟ ଲୀଳାର ଗୋଟିଏ ଗୋଟିଏ ନିଦର୍ଶନ। ସେହିପରି ମହାପ୍ରଭୁଙ୍କ ର ଅନ୍ୟ ଏକ ମାନବୀୟ ଲୀଳା ହେଉଛି,ଶୀତ ଋତୁରେ ଶୀତ ଦାଉରୁ ରକ୍ଷା ପାଇବା ନିମନ୍ତେ ଶୀତ ବସ୍ତ୍ର ପରିଧାନ କରିବା , ମହାପ୍ରଭୁଙ୍କର ଏହି ଲୀଳ। “ପ୍ରବରଣ ଯାତ୍ରା ନାମରେ ବିଦିତ । ଏହି ଉତ୍ସବ ମାର୍ଗଶିର ଶୁକ୍ଳ ଷଷ୍ଠୀ ତିଥିରେ ପାଳିତ ହେଉଥିଲେ ମଧ୍ୟ,ଏହାର ଅଧିବାସ ବିଧି ତାହାର ପୂର୍ବ ଦିନ ପଞ୍ଚମୀ ତିଥିରେ ଯାହାକି ଗତକାଲି ଅନୁଷ୍ଟିତ ହୋଇଯାଇଛି.।ଏହି ଓଢଣ ଷଷ୍ଠୀ ଅବସରରେ ଗତକାଲି ,ମହାପ୍ରଭୁଙ୍କ ପୂର୍ବରାତ୍ର ପହୁଡ଼ ଘ.୧୧.୨୫ମି. ରେ ହୋଇ ଆଜି ପ୍ରତଃ ଘ.୪.୦୦ ଟା ରେ ଶ୍ରୀମନ୍ଦିର ଦ୍ୱାର ଫିଟା ନୀତି ସମ୍ପର୍ଣ୍ଣ ପରେ, ଭିତର ଶୋଧ ପ୍ରତଃ.ଘ.୫.୦୦,ମଙ୍ଗଳ ଆଳତି ପ୍ରତଃ.ଘ.୫.୧୦,ରେ ଅନୁଷ୍ଟିତହୋଇ,ଅନ୍ୟାନ୍ୟ ଦୈନଦିନ ନୀତି ମଇଲମ,ରୋଷ ହୋମ,ତଡ଼ପ ଲାଗି,ଅବକାଶ ପୂଜା,ମଇଲମ,ବେଶ,ସୂର୍ଯ୍ୟ ପୂଜା, ଇତ୍ୟାଦି ନୀତି ବଢି ମହାପ୍ରଭୁ ଙ୍କ ଗୋପାଳ ବଲ୍ଲବ ଓ ପହିଲି ଭୋଗ ସକାଳ ଘ.୭.୨୫ ମି.ରେ ଡାକିଯାଇ,ପହିଲି ଭୋଗ ଶେଷ ଘ.୭.୫୦ମି. ରେ ହେବାପରେ, ମହାପ୍ରଭୁଙ୍କ ସକାଳଧୂପ ଘ.୮.୧୦ ରେ ଡାକିଯାଇ,ସକାଳଧୂପ ଶେଷ ଘ.୯.୩୦ ରେ ହୋଇ,ପ୍ରସାଦ ବାହାରି ସକାଳ ଘ.୯.୪୫ ରେ ପାଣି ପଡ଼ିଲାପରେ,ମହାପ୍ରଭୁ ଙ୍କ ମଇଲମ ହୋଇଥିଲା | ଗତ ବିନ ଠାରୁ ଭୋଗମଣ୍ଡପ ଘରେ ଅଧିବାସିତ ହୋଇଥିବା ଘୋଡ଼ ମାନଙ୍କୁ ଘଣ୍ଟ,ଛାତ,କାହାଳି ସହ ପଟୁଆରରେ ବଡ ଦେଉଳକୁ ତିନି ବେଢ଼ା ପ୍ରଦକ୍ଷିଣ ଘ.୧୧.୧୫ ରେ ଆରମ୍ଭ ହୋଇ , ଘୋଡ଼ ବେଢ଼ା ଶେଷ ଘ.୧୧.୩୦ ମି. ରେ କରି ରତ୍ନସିଂହାସନ କୁ ବିଜେ କରିଥିଲେ | ସିଂହାସନରେ ଠାକୁର ମାନଙ୍କ ପାଗ ଓ ଘୋଡଲାଗି ବେଶ ମଧ୍ୟାନ ଘ.୧୨.୩୦ ମି. ରେ ଶେଷ ହୋଇ ୬ମୂର୍ତି ଅଳଙ୍କାର ଲାଗି ହୋଇଥିଲେ|ଏହାପରେ ମହାପ୍ରଭୁଙ୍କ ପ୍ରସାଦ ଲାଗି.ମଧ୍ୟାନ ଘ.୧୨.୩୫ ମି.ହୋଇ ତିନି ବାଡ଼ରେ ଘ.୧୨.୪୦ ମି ରେ ବନ୍ଦାପନା ପ୍ରସାଦ ମଇଲମ ଘ.୧୨.୪୫ ମି.ରେ ହୋଇ, ମଧ୍ୟାନ ଧୂପ ଡାକି ଯାଇଥିଲେ, ଏହାପରେ ମହାପ୍ରଭୁଙ୍କ ପରବର୍ତ୍ତୀ ନୀତି ମାନ ଅନୁଷ୍ଟିତ ହୋଇ ମହାପ୍ରଭୁଙ୍କ ଚନ୍ଦନଲାଗି, ବଡ଼ସିଂହାର ବେଶ, ବଡ଼ସିଂହାର ଭୋଗ, ପରେ ମହାପ୍ରଭୁଙ୍କ ରାତ୍ର ପହୁଡ଼ ଅନୁଷ୍ଟିତ ହେବ ।