-
୩୧ ଜଣ କୃଷକ ଯୋଦ୍ଧାଙ୍କ ତ୍ୟାଗ ପାଇଁ ସେମାନଙ୍କୁ ଶ୍ରଦ୍ଧାଞ୍ଜଳି
କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ
ଦିଲ୍ଲୀ ଚଲୋ କୃଷକ ଆନ୍ଦୋଳନ ରେ ସହିଦ ହୋଇଥିବା ୩୧ ଜଣ କୃଷକ ଯୋଦ୍ଧା ଙ୍କ ସ୍ମୃତି ରେ ଦେଶ ବ୍ୟାପି ଜାତୀୟ ଶ୍ରଦ୍ଧାଞ୍ଜଳି ଦିବସ ପୁରୀ ର ବଡଶଙ୍ଖ ଠାରେ ପାଳିତ ହୋଇଯାଇଛି |ଦେଶ ର ଅନ୍ନ ଦାତା ଦେଶ ର ରାଜଧାନୀ କୁ ମନା | ଶୀତ କାକରରେ ଲକ୍ଷ ଲକ୍ଷ ଚାଷୀ ମୋଦୀ ସରକାର ର ତିନିଟା କଳା କୃଷି ଆଇନି କୁ ପ୍ରତ୍ୟାହାର ପାଇଁ ଦିଲ୍ଲୀ ବାହାରେ ଆଜିକୁ ପଚିଶି ଦିନ ହେଲା ବସିଛନ୍ତି |ସରକାର କିନ୍ତୁ କର୍ପୋରେଟ ମାନଙ୍କସ୍ୱାର୍ଥ ପାଇଁ 60କୋଟି ଚାଷୀ ମାନଙ୍କ କଥା ଶୁଣିବାକୁ ନାରାଜ |ଚାଷୀ ଓ ତାର ଚାଷ ଜମି କୁ ବ୍ୟବସାୟୀ ଙ୍କ ହାତରେ ଟେକି ଦେବେ |ଏଥିରେ କେବଳ ଚାଷୀ କ୍ଷତି ଗ୍ରସ୍ତ ହେବେନି ସମସ୍ତ ଖାଉଟି ପରୋକ୍ଷ ରେ ସଙ୍କଟ ଭିତରକୁ ଚାଲିଯିବେ |ଚାଷ ଓ ଚାଷ ଜାତ ସାମଗ୍ରୀ ସେମାନଙ୍କ ହାତ କୁ ଚାଲିଯିବ ଓ ଘରୋଇ ମଣ୍ଡିପାଇଁ ଆଇନି ହେଲା ଫଳରେ ଚାଷୀ ଲୁଟ ର ଶିକାର ହେବେ |
ଦେଶକୁ, ଖାଉଟି ଙ୍କୁ, ବିଶେଷ କରି 135 କୋଟି ଲୋକଙ୍କୁ ଅନ୍ନ ଦେଉଥିବା କୃଷକ ଙ୍କ ଉପରେ ସରକାର ଙ୍କ ନିଷ୍ଠୁରତା ଯୋଗୁଁ ପଚିଶି ଦିନ ରେ ୩୧ ଜଣ କୃଷକ ଯୋଦ୍ଧା ସେମାନଙ୍କ ପ୍ରାଣବଳୀ ଓ ତ୍ୟାଗ କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ କୃଷକ ସଂଘର୍ଷ ସମନ୍ୱୟ ସମିତି, ପୁରୀ ପକ୍ଷରୁ ଶରତ କୁମାର ରାୟଗୁରୁ, ପ୍ରଦୀପ ମହାନ୍ତି, ମୋହନ ନାଇଡ଼ୁ, ମନୋରଞ୍ଜନ ମହାରଣା, ଟୁନା ନାୟକ ପୂର୍ଣ୍ଣ ମୁଦୁଲି, ବଟକୃଷ୍ଣ ସ୍ୱାଇଁ ଅମରେନ୍ଦ୍ର ନନ୍ଦ, ହିମାଂଶୁ ଜେନା, ସୁଶାନ୍ତ ମହାରଣା, କୃଷ୍ଣ ପ୍ରଧାନ, ସୋମନାଥ ନାୟକ,ପୂର୍ଣ୍ଣ ସାହୁ, ଭାସ୍କର ମହାପାତ୍ର ପ୍ରମୁଖ ଶହୀଦ କୃଷକ ମାନଙ୍କ ସୃତି ଚାରଣ କରିଥିଲେ ଓ ସରକାର ତୁରନ୍ତ ତିନିଟି କଳା କୃଷି ଆଇନି କୁ ପ୍ରତ୍ୟାହାର କରିବାକୁ ଦାବୀ କରିଥିଲେ |