-
ଜିଲ୍ଲାର ବିଭିନ୍ନ ବ୍ଳକରେ ସାମ୍ବାଦିକ ମାନଙ୍କ ଦ୍ବାରା ସ୍ବାସ୍ଥ୍ୟ ଶିବିର ଆୟୋଜନ କରାଯିବ
ପୁରୀ ଜିଲ୍ଲା ସାମ୍ବାଦିକ ଇଉନିୟନ୍ ପକ୍ଷରୁ ଆଜି ଦୁଇ ବାର୍ଷିକ ନୂତନ କର୍ମକର୍ତ୍ତା ଚୟନ ପୁରୀ ରାମଚଣ୍ଡି ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ପୁରୀ ଜିଲ୍ଲାର ୧୧ଟି ବ୍ଳକର ସମସ୍ତ ସଦସ୍ୟ ମାନେ ଯୋଗଦାନ କରିଥିଲେ। ପ୍ରଥମେ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ସମ୍ବାଦିକ ମାନଙ୍କର ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା।ତାପରେ ମନୋନୟନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ସଭାପତି ଭାବେ ବରିଷ୍ଠ ସାମ୍ବାଦିକ କମଳ କାନ୍ତ ମିଶ୍ର ଓ ସମ୍ପାଦକ ଭାବେ ଶ୍ଯାମ ସୁନ୍ଦର ମହାପାତ୍ର ଙ୍କୁ ଚୟନ କରାଯାଇଥିବା ବେଳେ
ଉପସଭାପତି ଭାବେ ଶରତ୍ ପରିଡା ଓ ଚୈତନ୍ୟ ପ୍ରସାଦ ମହାପାତ୍ର, ସଂଗଠନ ସମ୍ପାଦକ ଭାବରେ ପୂର୍ଣ୍ଣ ଚନ୍ଦ୍ର ପଣ୍ଡା, କାଯ୍ୟ କାରୀ ସମ୍ପାଦକ ବିଚିତ୍ରା ଓଝା, ଓ ଅନ୍ୟାନ୍ୟ ମଧ୍ୟରେ ଆଲୋକ ରଞ୍ଜନ ରାଉତ, ପ୍ରମୋଦ ବିଶ୍ଵାଳ, ରାଜେଶ ମହାନ୍ତି, ପ୍ରସନ୍ନ ପାତ୍ର, ହିମାଂଶୁ ନାୟକ ବ୍ଲକ ସ୍ତରରେ କନଭେନର ଦାୟିତ୍ୱ ଚୟନ କରାଯଇଛି | ଉପଦେଷ୍ଟା କମିଟିରେ ମଧୁସୂଦନ ମିଶ୍ର, ସୌମିତ୍ର ହରିଚନ୍ଦନ, ଲଳିତେନ୍ଦୁ ପଲା ଭାରୀ, ଶୋଭାକର ବେହେରା ଚୟନ କରା ଯାଇଅଛି । ଆସନ୍ତା ମାସରେ ଗୋପ ବ୍ଳକରେ ରକ୍ତଦାନ ଶିବିର କରାଯିବ। ୱେଲଫେୟାର କମିଟି ମାଧ୍ୟମରେ ସାମ୍ବାଦିକ ମାନଙ୍କୁ ସହଯୋଗ ଯୋଗାଇଦିଆଯିବ। ପ୍ରତ୍ୟେକ ବ୍ଳକରେ ସାମ୍ବାଦିକ ମାନଙ୍କ ଦ୍ବାରା ସ୍ବାସ୍ଥ୍ୟ ଶିବିର ଆୟୋଜନ କରାଯିବ ଏବଂ ଓୟୁଜେକୁ ରାଜ୍ୟରେ ବଳିଷ୍ଠ କରିବା ପାଇଁ ଏବଂ ଜିଲ୍ଲାର ସମସ୍ତ ସାମ୍ବାଦିକଙ୍କ ପାଇଁ ଅହରହ କାର୍ଯ୍ୟ କରାଯିବ ବୋଲି ଆଜି ସମସ୍ତ ସାମ୍ବାଦିକ ମାନେ ଶପଥ ଗ୍ରହଣ କରିଛନ୍ତି |