ସମ୍ପୃକ୍ତ ନାବାଳିକାଙ୍କ ବାପା ମୃତ୍ୟୁବରଣ କରିଥିବା ବେଳେ ମାଆ ତାଙ୍କୁ ଛାଡି କେଉଁ ଆଡେ ଚାଲି ଯାଇଛନ୍ତି । ଏଭଳି ସ୍ଥିତିରେ ଏହି ନାବାଳିକା ଜଣକ ତାଙ୍କ ଜେଜେ ମାଆଙ୍କ ପାଖରେ ରହୁଛନ୍ତି । ତେବେ ତାଙ୍କ ଚରିତ୍ରକୁ ସନ୍ଦେହ କରି ଗୁରୁବାର ସଂନ୍ଧ୍ୟାରେ ସାହି ବାସିନ୍ଦା ଏକ ବୈଠକ ଡ଼କାଇଥିଲେ । ସେଠାରେ ଉକ୍ତ ନାବାଳିକାଙ୍କୁ ଗଛରେ ବାନ୍ଧି ପିଟିବା ସହିତ ତାଙ୍କ ଡ଼୍ରେସ୍ ଚିରି ଦେଇଥିଲେ । ପରେ ପୀଡ଼ିତା ଏ ବାବଦରେ ଖଲ୍ଲିକୋଟ ଥାନାରେ ଲିଖିତ ଅଭିଯୋଗ ଦାୟର୍ କରିଥିଲେ । ଅଭିଯୋଗକୁ ଭିତି କରି ଥାନା ପୋଲିସ ଏ ସଂକ୍ରାନ୍ତରେ ୫୨୮/୨୦ ରେ ଶିଶୁ ଯୌନ ନିରୋଧ ଆଇନ ବଳରେ ଏକ ମାମଲା ରୁଜ୍ଜୁ କରିଥିଲା । ଏନେଇ ପୋଲିସ ଶନିବାର ବିଳମ୍ବିତ ରାତିରେ ୧୬ ଜଣ ମହିଳାଙ୍କୁ ଗିରଫ କରିଛି । ମାମଲାରେ ଆଗକୁ ଗିରଫଦାରୀ ସଂଖ୍ୟା ବୃଦ୍ଧି ପାଇବାର ସମ୍ଭାବନା ରହିଛି ବୋଲି ଥାନା ଅଧିକାରୀ ସତ୍ୟରଞ୍ଜନ ପ୍ରଧାନ ସୂଚନା ଦେଇଛନ୍ତି ।
Related Stories
November 29, 2024