
କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ
ପୁରୀରେ ଆଗନ୍ତୁକଙ୍କ ପାଇଁ ସ୍ୱଳ୍ପ ମୂଲ୍ୟରେ ରହିବାର ସୁବିଧା ଦୃଷ୍ଟିରୁ ଶ୍ରୀମନ୍ଦିର ପ୍ରଶାସନ (SGTA )ର ଧର୍ମଶାଳା ନିର୍ମାଣ ପାଇଁ ବାସେଳୀ ସାହି ମୌଜା ପାଖରେ ଭୂମି ଚୟନ କରାଯାଇଛି |ସହରର ବିକାଶ ଏବଂ ସୌନ୍ଦର୍ଯ୍ୟ କରଣ କୁ ନେଇ ଏକ ମହତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ପରେ ଏହା ଲୋକଲୋଚନକୁ ଆସିଛି | ଓଡିଶା ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ବରୁ ବିଶ୍ୱସ୍ତରୀୟ ପର୍ଯ୍ୟଟନ କ୍ଷେତ୍ର ସହିତ ତୀର୍ଥକେନ୍ଦ୍ର ବନାଇବାପାଇଁ ଘୋଷଣା କରିଥିଲେ |ଆଜି ଗଣମାଧ୍ୟମ କୁ ସୂଚନା ପ୍ରଦାନ ପୂର୍ବକ SGTA ର ମୁଖ୍ୟ ପ୍ରଶାସକ ଡ଼ଃ କିଶନ କୁମାର କହିଛନ୍ତି ଯେ ଧର୍ମଶାଳା ର ନିର୍ମାଣ ପାଇଁ ବାସେଳୀ ସାହି ମୌଜା ପାଖରେ ୧୦ ଏକର ଜମିକୁ ଚୟନ କରାଯାଇଛି |ପ୍ରାରମ୍ଭରେ ଏଠାରେ ୩୦୦୦-୪୦୦୦ ଭକ୍ତଙ୍କ ରହିବାର କ୍ଷମତା ପୂର୍ଣ୍ଣ କରିବ |ଜଣେ ଭକ୍ତ ପ୍ରତି ବେଡ଼ ପିଛା ୧୦୦-୧୫୦ ଟଙ୍କା ପର୍ଯ୍ୟନ୍ତ ଭଡା ଦେବାକୁ ପଡିବ |ଏହା ବ୍ୟତୀତ ଜଗନ୍ନାଥ ବଲ୍ଲଭ ଏବଂ ଯାତ୍ରିକା ରେ ବହୁତ ମହଲ୍ଲା ବିଶିଷ୍ଟ ପର୍କିଙ୍ଗ ସ୍ଥଳ ନିର୍ମାଣ କରାଯିବ |ମୁଖ୍ୟ ପ୍ରଶସକ କହିଛନ୍ତି ଯେ ଆଗକୁ ଜେଲ ରୋଡ଼, ନଗରପାଳିକା ବଜାର, ମହୋଦଧି ବଜାର ଓ ସ୍ୱର୍ଗଦ୍ୱାର କ୍ଷେତ୍ରରେ ବିକାଶ ପରିଯୋଜନା କୁ ବହୁତ ଶୀଘ୍ର ସମ୍ପୂର୍ଣ୍ଣ କରାଯିବ |